କାମାକ୍ଷାନଗର: ୯ମ ରାଉଣ୍ଡ ଶେଷପ୍ରଫୁଲ୍ଲ ୪୭୭୧ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଗୁଆ ରହିଛନ୍ତି। ତାଙ୍କ ଖାତାରେ ୨୦,୧୫୭ ଖଣ୍ଡ ଭୋଟ ପଡ଼ିଛି। ଏହିକ୍ରମରେ ଭାଜପା ପ୍ରାର୍ଥୀ ଶତ୍ରୁଘ୍ନ ଜେନା ୧୫,୩୮୬ ଭୋଟ ସହ ଦ୍ୱିତୀୟ ଏବଂ କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ମହାପାତ୍ର ୨,୦୦୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ପ୍ରଫୁଲ୍ଲ ଭାଜପା ପ୍ରାର୍ଥୀଙ୍କ ଠାରୁ ୪୭୭୧ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି।