କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ: ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

ବିନିକା, ୨୪ା୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ର ଦେଣ୍ଡୁପଦର ଗାଁ। ୨ଟା ଓ୍ବାର୍ଡ ଥିବାର ଇ ଗଁାରେ ପାଖାପାଖି ୮ଶହ ଲୋକ୍‌ ବାସ୍‌ କରୁଛନ୍‌। ଗଁାରେ ଗଲା ୧୨ ବଛର ହେଲା ପିଇଲା ପାଏନ୍‌ ସମସିଆ ଲାଗିରହିଥିଲେ ବି ତାର ସମାଧାନର ବାଟ୍‌ ନାଇଁ ଫିଟିପାରବାର। ଏହେଦେ ଗଁାରେ ଥିବାର ଗୁଟେ ବଲି ନଲ୍‌ଚୁଅଁା ଲୁକ୍‌କର ସାହାଭରସା ପାଲଟିଛେ। ୨୦୦୭-୦୮ ଆରଥିକ ବଛରରେ ଜିଲା ଜଳ ଓ ପରିମଳ ମିଶନ ସୁବର୍ଣ୍ଣପୁର ତରଫୁ ୮ ଲାଖ୍‌ ଟଁକା ଖରଚ୍‌ରେ ଗଁାରେ ସ୍ବଜଳଧାରା ପ୍ରକଳ୍ପ ତିଆର ହେଲା। ଫିଦିନ୍‌ ୫୦ ହଜାର ଲିଟର ପିଇଲା ପାଏନ୍‌ ପ୍ରକଳ୍ପରୁ ଗଁାର ଲୁକ୍‌କୁ ଯୁଗେଇ ଦେବାର ବେବସ୍‌ତା ରହିଥିଲା। ଗଁାରେ ପାଖାପାଖି ୨୨ଟା ଷ୍ଟାଣ୍ଡପୋଷ୍ଟ ତିଆର କରି ଲୁକ୍‌କୁ ପାଏନ୍‌ ଯୁଗେଇ ଦେବାର ବେବସ୍‌ତା ହେଲା। ହେଲେ ଦୁଖର କଥା ଯେ, ପ୍ରକଳ୍ପଟା ମାସେ ଚଲ୍‌ଲା ଉତାରୁ ବିଦ୍ୟୁତ୍‌ ଅଭାବୁ ବଁଦ୍‌ ହେଇଗଲା। ପହେଲାରୁ ପ୍ରକଳ୍ପ ଚଲାବାର ଲାଗି ଗଁାର ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ପଛେ ବିଦ୍ୟୁତ୍‌ ବିଭାଗ ପ୍ରକଳ୍ପ ଲାଗି ଉନିଆ ଟ୍ରାନ୍ସଫର୍ମରର ବେବସ୍‌ତା କରବାର ଲାଗି କହି ବିଦ୍ୟୁତ୍‌ ସଂଯୋଗ କାଟିଦେଲା। ସେଦିନ୍‌ଠାନୁ ପ୍ରକଳ୍ପ ଅଚଲ ହେଇ ପଡ଼ିରହିଛେ। ଇ ବାବ୍ଦେ ବିନିକା ବ୍ଲକ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗୀୟ ଜେଇ ଗଜେନ୍ଦ୍ର ନାଏକକୁଁ ପଚରାଲାରୁ ଦେଣ୍ଡୁପଦର ଜଳଯୋଗାଣ ପ୍ରକଳ୍ପ କାଯ୍‌କ୍ଷମ କରବାର ଲାଗି ଉଚ କତୁରପକ୍ଷକୁଁ ଜନେଇଛେଁ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବାବୁପାଲି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିଶ୍ୱମ୍ବର ଶତପଥୀକୁଁ ପଚରାଲାରୁ ପ୍ରକଳ୍ପର ଦାଇତିଅ ପଁଚେତ୍‌କେ ଦେବାର ଲାଗି ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ୍‌କେ ବହୁତଥର କୁହାଯାଇଛେ। ପ୍ରକଳ୍ପ କାଯ୍‌କ୍ଷମ କରବାର ଲାଗି ପଁଚେତ୍‌ ତରଫୁ ଦେଢ଼ ଲାଖ୍‌ ଟଁକାର ଖରଚ୍‌ ଅଟକଲର କାଗଜପତର ବି କରାଯାଇଛେ। ହେଲେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପ୍ରକଳ୍ପର ଦାଇତିଅ ପଁଚେତ୍‌କେ ନାଇଁ ଦେବାର, ଯେନ୍‌ଥିରଲାଗି ଲୋକ୍‌ ମଉଲିକ ସୁବିଧାରୁ ବଁଚିତ ହେଉଛନ୍‌। ପ୍ରକଳ୍ପର ଭାର ପଁଚେତ୍‌କେ ଦେଲେ ଯେତେ ଜଲଦି ହେବା ନୂତନ ଟ୍ରାନ୍ସଫର୍ମର ଲଗେଇ ପ୍ରକଳ୍ପ ଚାଲୁ କରାଯିବା ବଲି ସେ କହିଥିଲେ।