କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି। ସେମାନେ ହେଲେ ସତ୍ୟରଞ୍ଜନ ବେହେରା, ମାନସ ମଲ୍ଲିକ, ସୁବ୍ରତ ମଲ୍ଲିକ, ହୃଦାନନ୍ଦ ମଲ୍ଲିକ, ଅକ୍ଷୟ ପଣ୍ଡା। ପଶ୍ଚିମବଙ୍ଗର ହୁଗୁଳି ଜିଲା ଶ୍ରୀରାମପୁର ଥାନା ଓ ସେଉଣା ପଲ୍ଲୀ ଅନ୍ତର୍ଗତ ପୁରୁଣା ଦିଲ୍ଲୀ ରୋଡ ବୈଦବାଟୀ ନିକଟସ୍ଥ ସାସମଲପଡାର ଘରୋଇ କମ୍ପାନୀରେ କାମ କରୁଥିଲେ । ମାସେ ପୂର୍ବରୁ ତାଙ୍କ ପାଖକୁ ଏକ ନାବାଳକ ବୁଲିବାକୁ ଯାଇ ସେ ମଧ୍ୟ ଫସିି ରହିଛନ୍ତି। ଘରକୁ ଫେରିବା ପାଇଁ ସେମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।