‘କାମ କରିବାକୁ ଶପଥ ନେଉ ବିଏମ୍‌ସି’

ଭୁବନେଶ୍ୱର,୩୧ା୮: ସାରା ରାଜ୍ୟରେ ଶନିବାର ପାଳନ ହେବ ସ୍ବାୟତ୍ତ ଶାସନ ଦିବସ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ। ରାଜଧାନୀ ଭୁବନେଶ୍ୱରରେ ଏନେଇ ଅନେକ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ଲୋକଙ୍କୁ ଉନ୍ନତ ପୌରସେବା ଯୋଗାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରତିବର୍ଷ ଏହି ଦିନ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିଥାଏ। କିଛି କରିବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଏ। ଚଳିତବର୍ଷ ମଧ୍ୟ ବିଏମ୍‌ସି ଏ ଦିଗରେ ତତ୍ପର ହୋଇଉଠିଛି। ହେଲେ ବିଏମ୍‌ସି ଲୋକଙ୍କ ପାଇଁ କାମ କରିବାକୁ ଶପଥ ନେବା ଦରକାର ବୋଲି ମତପ୍ରକାଶ ପାଇଛି।

Share