ଓ୍ବାଶିଂଟନ,୨୮।୧୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଶୌଚାଳୟ କାମ କରୁନି। ଫଳରେ ମହାକାଶ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନେ ଏବେ ଡାଇପର ପିନ୍ଧୁଛନ୍ତି। ଏହି କେନ୍ଦ୍ରରେ ଥିବା ଆମେରିକା ଶୌଚାଳୟରେ ବର୍ଜ୍ୟବସ୍ତୁ ଜମା ହୋଇ ଆଉ କାମ କରୁ ନ ଥିବାବେଳେ ରୁଷିଆର ଶୌଚାଳୟ ବହୁପୂର୍ବରୁ କାମ କରିବା ବନ୍ଦ କରିଦେଇଥିବା କୁହାଯାଉଛି। ସେହିପରି ସୋୟୁଜ୍ ଷ୍ଟେଶନରେ ଥିବା ଶୌଚାଳୟ କାମ କରୁଥିଲେ ମଧ୍ୟ ଏହାକୁ ସବୁବେଳେ ବ୍ୟବହାର କରିବା ସମ୍ଭବ ନୁହେଁ। କାରଣ ମହାକାଶ ଯାନର ଉଡ଼ାଣ ସମୟରେ କେବଳ ଏହାର ବ୍ୟବହାର ହୋଇଥାଏ। ତେବେ ମହାକାଶ ଯାତ୍ରୀମାନେ ବେଳେବେଳେ ଏହି ଶୌଚାଳୟକୁ ବ୍ୟବହାର କରୁଛନ୍ତି।