Categories: ଜାତୀୟ

କାମ କରୁ ନ ଥିବା ଅଧିକାରୀଙ୍କୁ ଛୁଟି ଦେବେ ଗେହେଲଟ

ଜୟପୁର,୪।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ଭଷ୍ଟ୍ରାଚାରୀ ଓ କାମ ନ କରୁଥିବା ଅଧିକାରୀମାନଙ୍କୁ ଚାକିରିରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ରରେ ଲାଗୁ କରାଯିବ ବୋଲି ଜଣାପଡିଛି। ଗେହଲଟ ସରକାର ୩ ମାସ ପୂର୍ବରୁ ଏଭଳି ଅଧିକାରୀଙ୍କୁ ସେମାନଙ୍କ କାମକୁ ନେଇ ସଚେତନ କରିଥିବା ବେଳେ ଏବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏଥିରେ ୨ ଆଇଏଏସ୍‌ ଓ ୨ ଆଇପିଏସ୍‌ ଅଧିକାରୀଙ୍କ ନାଁ ସାମିଲ ଅଛି। ଏହି ଛଟେଇ ପୂର୍ବରୁ ଅଧିକାରୀମାନଙ୍କର ଏକ ସୂଚି ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଦେଇଛନ୍ତି। ଆସନ୍ତା ୧୩ ତାରିଖରେ ଏନେଇ ଏକ ବୈଠକ ବସିବାର ଯୋଜନା ରହିଛି।

Share