କାମ ଦେବା ନଁ।ରେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜିଲାପାଳ,ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

 

ଗଞ୍ଜାମ,୧ା୬(ଡି.ଏନ.ଏ.)- ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ କାର୍ଯ୍ୟରତ ମୁଖ୍ୟ ସୁରକ୍ଷା ଅଧିକାରୀ ସଞ୍ଜୟ କୁମାର ଦାସ ସ୍ଥାନୀୟ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ କାମ ଦେବା ନଁାରେ ବଳାତ୍କାର ଉଦ୍ୟମ କରିଥିବା ଗତ ୨୨ ତାରିଖରେ ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା। ନଂ.୪୨/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଘଟଣା ପରଠାରୁ ସେ ଫେରାର ହୋଇଯାଇଛନ୍ତି। ଫଳରେ କାଇଁଚପୁର ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ଶନିବାର ଗ୍ରାମବାସୀ ଛତ୍ରପୁର ଯାଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଏସ୍‌ପି ବ୍ରିଜେଶ କୁମାର ରାଏଙ୍କୁ ପୃଥକ ପୃଥକ୍‌ ଭାବେ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଅଭିଯୁକ୍ତଙ୍କ ସହ କମ୍ପାନୀର ୩ଜଣ କର୍ମଚାରୀ ଏବେବି ଯୋଗାଯୋଗରେ ଅଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଗ୍ରାମବାସୀ ଏସ୍‌ପିଙ୍କୁ କହିଥିଲେ। ଏସ୍‌ପି ଆଡିସ୍‌ନାଲ ଏସ୍‌ପି ପତିତପାବନ ଚୌଧୁରୀଙ୍କୁ ଡାକି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ପି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ଏସ୍‌ଡିପିଓ ଉତ୍କଳ କେଶରୀ ଦାସଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ଏକ ଟିମ ମୋବାଇଲ ଟ୍ରାକିଂ କରି କଟକ ଚୌଦ୍ୱାର ଯାଇ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ଏନେଇ କମ୍ପାନୀ ଲୋକସମ୍ପର୍କ ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ମାହାନ୍ତିଙ୍କୁ ପଚାରିବାରୁ ସିକ୍ୟୁରିଟି ଅଫିସରଙ୍କ ନାମରେ ଅଭିଯୋଗ ପରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ଏବଂ ବହିଷ୍କାର ପତ୍ର ତାଙ୍କ ମେଲ୍‌କୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି। ପ୍ରକାଶ ଯେ, ଗତ ୨୨ ତାରିଖରେ କମ୍ପାନୀର ସୁରକ୍ଷା ଅଧିକାରୀ ଦାସ ଜଣେ ମହିଳାଙ୍କୁ ତାଙ୍କ କ୍ୱାର୍ଟର୍ସକୁ ଡାକି କାମ ଦେବାକୁ କହି ବଳାତ୍କାର ଉଦ୍ୟମ କରିଥିଲେ। ପରେ ମହିଳା ଜଣଙ୍କ ସ୍ବାମୀଙ୍କୁ ସମସ୍ତ ଘଟଣା କହିବା ପରେ ୨୫ ତାରିଖରେ ଗଞ୍ଜାମ ଥାନାରେ ଅଭିଯୋଗ କରାଯାଇଥିଲା।

Share