Categories: ଜାତୀୟ

କାମ ନ କଲେ ଲୋକେ କହିବେ ବାଲାସାହେବଙ୍କ ଅଯୋଗ୍ୟ ସନ୍ତାନ: ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସେ ତୁରନ୍ତ ତାଙ୍କ କାର୍ଯ୍ୟକୁ ନେଇ ତତ୍ପର ହୋଇ ଉଠିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସେ କହିଛନ୍ତି ମୁମ୍ବାଇରେ ଜନ୍ମ ନେଇଥିବା ସେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ। ତେଣୁ ମୁମ୍ବାଇ ପାଇଁ ସେ ନିଶ୍ଚିତ ଭାବେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି। ତେବେ ଅଚାନକ ତାଙ୍କ ହାତକୁ ମୁଖ୍ୟମନ୍ତ୍ରୀ ପଦ ଆସିଛି ବୋଲି ମଧ୍ୟ ସେ କହିଛନ୍ତି। ଆଉ ଯଦି ସେ ତାକୁ ଠିକ୍‌ ଭାବେ ତୁଲାଇ ନ ପାରିବେ ତେବେ ଜନତା ତାଙ୍କୁ ବାଲାସାହେବ ଠାକରେଙ୍କ ଅଯୋଗ୍ୟ ସନ୍ତାନ କହିବେ ବୋଲି ଉଦ୍ଧବ ମତ ରଖିଛନ୍ତି। ଏବେ ମହାରାଷ୍ଟ୍ର ରାଜନୀତି ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବହୁ ବାଦ ବିବାଦ ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏବେ ତାଙ୍କୁ ଏହି ଦାୟିତ୍ୱ ସୂଚାରୁ ରୂପେ ତୁଲାଇବା ଦରକାର ବୋଲି ଆଲୋଚନା ହେଲାଣି। କାରଣ ଏହା ମେଣ୍ଟ ସରକାର ହୋଇଥିବା ବେଳେ ସମସ୍ତଙ୍କ କଥାକୁ ଦୃଷ୍ଟି ଦେବାକୁ ପଡିବ।

Share