କାମ ବ୍ୟସ୍ତତାରେ କେବେ ଗାଧୋଇଥିଲେ ଭୁଲିଯାଇଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ସାଧାରଣତଃ ଫିଲ୍ମ ଅଭିନେତା ଏବଂ ଅଭିନେତ୍ରୀମାନେ ବ୍ୟସ୍ତତା ମଧ୍ୟରେ ନିଜ ବ୍ୟକ୍ତିଗତ ଜୀବନକୁ ଧ୍ୟାନ ଦେଇ ନ ଥାନ୍ତି। ଏମିତି ଜଣେ ସୁପରଷ୍ଟାର ଗାୟିକା ତଥା ଅଭିନେତ୍ରୀ ଲେଡି ଗାଗା ଶୁଟିଂ ବ୍ୟସ୍ତତା ମଧ୍ୟରେ ସେ କେବେ ଗାଧୋଇଥିଲେ ତାହା ଭୁଲିଯାଇଛନ୍ତି। ନିଜ ଟୁଇଟରରେ ସେ ଏହାର ଖୁଲାସା କରିଛନ୍ତି। ନିଜ ଆସିଷ୍ଟାଣ୍ଟଙ୍କ ସହ କଥା ହୋଇଥିବା ଏକ ସ୍କ୍ରିନ୍‌ଶଟ୍‌ ଟୁଇଟରରେ ଶେୟାର କରିଛନ୍ତି ଲେଡି ଗାଗା। ଏହି ସ୍କ୍ରିନ୍‌ଶଟ୍‌ରେ ତାଙ୍କ ଆସିଷ୍ଟାଣ୍ଟ ତାଙ୍କୁ କେବେ ଗାଧୋଇବା କଥା ପଚାରିଥିଲେ। ଯାହାର ଉତ୍ତରରେ ଲେଡି ଗାଗା ମୋର ମନେ ନାହିଁ ବୋଲି କହିଥିଲେ। ଗାଗାଙ୍କ ଏହି ମନ୍ତବ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share