କାରକୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ

ସିମୁଳିଆ,୨୦।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧କି.ମି. ଦୂର ଜାତୀୟ ରାଜପଥ ମାଟିପଡା ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଛି। ଏଥିରେ ନବକିଶୋର ଦାସଶର୍ମା(୪୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ଓଲଟପୁରରୁ ବେତନଟି ଅଭିମୁଖେ ଯାଉଥିବା କାର(ଓଡି ୧୧ଆର୍‌ ୮୮୯୧) ରାସ୍ତାରେ ଅଟକି ରହିଥିବା ବେଳେ ଏକ ଗ୍ୟାସ୍‌ ଟ୍ରକ୍‌ (ଓଡି ୦୨ ଡବ୍ଲ୍ୟୁ ୩୩୪୮) ତାକୁ ପଛପଟୁ ଧକ୍କା ଦେଇଥିଲା।