Advertisement

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ ପର୍ଯ୍ୟନ୍ତ ବୀର ଶହୀଦଙ୍କୁ ସଲାମ କରୁଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ରାସରେ ଥିବା କାରଗିଲ ଓ୍ବାର୍‌ ମେମୋରିଆଲ୍‌ ଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦିଲ୍ଲୀରେ ଥିବା ଓ୍ବାର୍‌ ମେମୋରିଆଲ୍‌ରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜନାଥଙ୍କ ସହ ସେନା ଅଧିକାରୀ, କେନ୍ଦ୍ରମନ୍ତ୍ରୀ ମଧ୍ୟ ଶହୀଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share