Advertisement

କାରଗିଲ ବିଜୟ ଦିବସ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

ନୂଆଦିଲ୍ଲୀ,୨୫।୭: ଆସନ୍ତା ଶୁକ୍ରବାର ପାଳନ ହେବ ୨୦ତମ କାରଗିଲ ବିଜୟ ଦିବସ। ଏଥିପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କାରଗିଲର ଦ୍ରାସଠାରେ ଏହି ଦିବସ ପାଳନ କରାଯିବାକୁ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବିଜୟ ମଶାଲକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀଠାରେ ଆର୍ମି ସୁଟର ସୁବେଦାର ଜିତୁ ରାଏଙ୍କୁ ହସ୍ତାନ୍ତର କରିବେ। ଏହି ମଶାଲ ୯ଟି ପ୍ରମୁଖ ସହର ଭ୍ରମଣ କରିବା ପରେ ୨୬ ତାରିଖରେ ଦ୍ରାସରେ ପହଞ୍ଚିବ। କାରଗିଲ ଦ୍ରାସର ଓ୍ବାର ମେମୋରିଆଲରେ ରାଜନାଥ ସିଂଙ୍କ ସମେତ ୩ ସେନାମୁଖ୍ୟ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share