Categories: ଜାତୀୟ

କାରଗୀଲ୍‌ ବିଜୟ ଦିବସକୁ ପୂରିଲା ୨୦ ବର୍ଷ: ମିରାଜ୍‌ ଯୁଦ୍ଧ ବିମାନର ପ୍ରଦର୍ଶନ କଲା ଭାରତୀୟ ବାୟୁସେନା

ଗ୍ବାଲିୟର,୨୪।୬: କାରଗୀଲ୍‌ ବିଜୟ ଦିବସକୁ ସୋମବାର ୨୦ ବର୍ଷ ପୂରିଛି। ଏହି ଅବସରରେ ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଭାରତୀୟ ବାୟୁସେନାର ମହାରାଜପୁର ଏୟାରବେସ୍‌ଠାରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ମିରାଜ୍‌ ଯୁଦ୍ଧ ବିମାନର ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ମିଗ୍‌ ଓ ସୁଖୋଇ ଯୁଦ୍ଧ ବିମାନ ମଧ୍ୟ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌. ଧନଓ୍ବା ଉପସ୍ଥିତ ଥିଲେ। କାରଗୀଲ୍‌ ଯୁଦ୍ଧ ସମୟରେ ବାୟୁସେନା ପକ୍ଷରୁ କରାଯାଇଥିବା ଅପରେଶନ୍‌ ସଫେଦ୍‌ ସାଗରରେ ମିରାଜ ବିମାନ ସହାୟତାରେ ପାହାଡ଼ରେ ଲୁଚି ରହିଥିବା ଶତ୍ରୁଙ୍କୁ ନିପାତ କରାଯାଇଥିଲା। ୧୯୪୨ରେ ସ୍ଥାପିତ ହୋଇଥିବା ଏହି ଏୟାରବେସ୍‌ ୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପନ୍ନ କରିଥିଲା।

Share