Categories: ମେଟ୍ରୋ

କାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଦିନକୁଦିନ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନଙ୍କ ଲୁଟପାଟ ବଢିବାରେ ଲାଗିଛି। ପାସ୍‌ପୋର୍ଟ ଅଫିସ ନିକଟରେ ବୁଧବାର ଅପରାହ୍ନରେ ଜଣେ ଇଞ୍ଜିନିୟରଙ୍କ କାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ର ତନାଘନା ଆରମ୍ଭ ହୋଇଛି। ପୋଲିସ ସୂଚନା ମୁତାବକ, ରାଜେଶ ସ୍ବାଇଁ ନାମକ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ବୁଧବାର ମଧ୍ୟାହ୍ନରେ ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରେ କାର ପାର୍କିଂ କରିଥିଲେ। ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ସାନ ଭାଇ ମଧ୍ୟ ଥିବା ବେଳେ ସମସ୍ତେ କାରରୁ ଓହ୍ଲାଇ କାମରେ ଭିତରକୁ ଯାଇଥିଲେ। ସେଠାରୁ ଫେରି କାରରୁ ତାଙ୍କ ସ୍ତ୍ରୀଙ୍କର ଭ୍ୟାନିଟି ବ୍ୟାଗ ନ ଥିବା ଦେଖିବାକୁ ପାଇଥିଲେ। ଏଥିସହ ସେଥିରେ ଥିବା ଟଙ୍କା, ମୋବାଇଲ ଫୋନ ଏବଂ ସୁନା ମୁଦି ଓ ଚେନ ସହ ଜରୁରୀ କାଗଜପତ୍ର ଗାଏବ ହୋଇଯାଇଥିଲା।

Share