ହାଟଡିହୀ ଜନସମ୍ପର୍କ ପଦଯାତ୍ରାରେ ମନ୍ତ୍ରୀ

ହାଟଡିହୀ,୨୩।୧୦(ସ୍ବ.ପ୍ର.): ରାଜ୍ୟ କାରିଗରୀ ଓ ବୈଷୟିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ବୁଧବାର ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ତାଙ୍କୁ ଛେନାପଦୀ, ଜଳକଳଙ୍ଗ, ମରୈଗଁା, ଶାଳଣିଆ ଆଦି ସ୍ଥାନରେ ବିଜେଡି କର୍ମୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ତାଙ୍କ ସହିତ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବିଜେଡି ଜିଲା ସଭାପତି ବିମ୍ବାଧର ବିଶ୍ୱାଳ, ବ୍ଲକ ସଭାପତି ବିକ୍ରମ ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନା, ଅକ୍ଷୟ ବରାଳ, ପ୍ରଶାନ୍ତ ରାଉତ, ଜିଲାପରିଷଦ ସଭ୍ୟା ପ୍ରଣତୀ ଦେଓ, ହାଟଡିହୀ ସରପଞ୍ଚ ଅନସୂୟା ସେଠୀ, କଳ୍ପତରୁ ସେଠୀ, କାମପାଳ ନାୟକ, ଭଗବାନ ନାୟକ, କହ୍ନେଇ ଓଝା,ପଙ୍କଜ ଜେନା ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶାଳଣିଆଠାରେ ବିଜେଡି ପକ୍ଷରୁ ଆୟୋଜିତ ୩୭ ନଂ. ଜୋନ୍‌ର ଜନସମ୍ପର୍କ ପଦଯାତ୍ରାକୁ ଉଦ୍‌ଘାଟନ କରିଥିଲେ।