କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ

ତେଗୁସିଗଲ୍ପା,୪।୭: କାରିବିୟନ୍‌ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୯ ଜଣ ଧୀବର ନିଖୋଜ ଅଛନ୍ତିି। ୫୫ ଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି। ଖରାପ ପାଗ ଯୋଗୁ ଏଭଳି ହୋଇଥିବା କୁହାଯାଉଛି। ହୋଣ୍ଡୁରାସ୍‌ଠାରୁ ୪୦ ନ୍ୟୁଟିକାଲ ମାଇଲ୍‌ ଦୂରରେ ଏହି ଦୁର୍ଘଟଣା ଘଟିଥିବା ମିଲିଟାରୀ ପ୍ରବକ୍ତା ଜୋସ୍‌ ଡୋମିଙ୍ଗୋ ମେଜା ସୂଚନା ଦେଇଛନ୍ତି। ଖରାପ ପାଗ ଥିବା ସତ୍ତ୍ୱେ ଜାହାଜର କ୍ୟାପଟେନ୍‌ ମାଛ ଧରିବାକୁ ବାହାରିଥିବା ସେ କହିଛନ୍ତି।

Share