Categories: ଖେଳ

କାରେଙ୍କୁ ଅଷ୍ଟ୍ରେଲିଆ-ଏ ଦଳର ନେତୃତ୍ୱ

ସିଡ୍‌ନୀ, ୨୯।୧୦ (ଏଏଫ୍‌ପି)- ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳ ଏକ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ-ଏ ବିପକ୍ଷରେ ଭ୍ରମଣକାରୀ ପାକିସ୍ତାନ ଦଳ ଏହି ୩ ଦିନିଆ ମ୍ୟାଚ୍‌ ଖେଳିବ। ଏଥିଲାଗି ମଙ୍ଗଳବାର ଅଷ୍ଟ୍ରେଲିଆ-ଏ ଦଳ ଘୋଷଣା କରାଯାଇଛି। ଉଇକେଟ୍‌କିପର ଆଲେକ୍ସ କାରେଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ବିବାଦୀୟ ଭାବେ ଆଶେସ ସିରିଜରୁ ବାଦ୍‌ ପଡ଼ିଥିବା ଜୋ ବନର୍‌ସଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଅଷ୍ଟ୍ରେଲିଆ ସୀମିତ ଓଭର ଦଳର ଉପ-ଅଧିନାୟକ ରହିଥିବା କାରେ ଉଭୟ ଦିନିକିଆ ଓ ଟି୨୦ରେ ବ୍ୟାଟ୍‌ ଓ ଗ୍ଲୋଭ୍ସରେ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଅଧିନାୟକ ଟିମ୍‌ ପାଇନ୍‌ ଓ ମାଥ୍ୟୁ ଓ୍ବାଡେଙ୍କ ଯୋଗୁ ସେ ଆଶେସ ଦଳରେ ସୁଯୋଗ ପାଇପାରି ନ ଥିଲେ। ଅଷ୍ଟ୍ରେଲିଆ-ଏ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍‌ ଅକ୍ଟୋବର ୩୧ରୁ ସିଡ୍‌ନୀରେ ଖେଳାଯିବ। ଏହାପରେ ବ୍ରିସବେନ୍‌ ଓ ଆଡିଲେଡରେ ୨ଟି ଯାକ ଟେଷ୍ଟ ମ୍ୟାଚ୍‌ ଅନୁଷ୍ଠିତ ହେବ।

Share