ଭବାନୀପାଟଣା,୧୦।୬(ଡି.ଏନ.ଏ.): ମୁନୁଷ୍କେ ବଁଚ୍ବାକେ ହେଲେ ଖାଏଦ୍ ପାଏନ୍, ଘର ଆର କପଡ଼ାଲତା ନିହାତି ଦରକାର। ସବୁ ଲୋକ୍ ପେଟକେ ଖାଏବାକେ ମୁଠେ, ମୁଡ଼ ରଖ୍ବାକେ ଘରଟେ ଆର ଦିହିକେ କପଡ଼ା ଖଁଡ଼େର ଲାଗି ଘିଚିଟାନି ହେଉଛନ୍। ହେଲେ ଆଏଜ୍ ବି ଆମର ସମାଜ୍ରେ ଏନ୍ତା ଲୋକ୍ ଅଛନ୍ ସରକାରୀ ଯୋଜନା ବାବ୍ଦେ ନାଇଁ ଜାନବାର। ସଖାଲ ପାଏଲେ ପେଟ୍ପାଟନାର ଲାଗି କାମ୍ଧଁଦାର ଲାଗି କିଁଦ୍ରୁଛନ୍। ସମାଜରେ ଏନ୍ତା ବି ହେଉଛେ ଲୋକ୍ ରାସ୍ତା ତରେ ଜନମ୍ ହେଇ ରାସ୍ତାରେ ଜୀବନ୍ ସାରିଦେଉଛନ୍। ନା ଅଛେ ସେମାନକର ଛୁଆପିଲାର ଚିନ୍ତା କି ନିଜର ଭବିଷତ୍ ଚିନ୍ତା। ଏନ୍ତା ଝନେ ଭିନେ କିସମର ମୁନୁଷ୍କେ ଦେଖ୍ବାକେ ମିଲିଛେ ଭବାନୀପାଟଣା ସହରରେ। ସେ ହେଉଛନ୍ ଦୁଶମନ ସିଂ। ଯେ ରାସ୍ତା ତରେ ଜୀବନ୍ ଜୀବ୍କାର ଲାଗି ସବୁବେଲେ ଯୁଝୁଛନ୍। ହେଲେ ଭବିଷତ୍ କଥା ତାକର ଚିନ୍ତା ଚେତନାର ବାହାରେ ରହିଛେ।
ସୂଚନା ଅନ୍ସାରେ ପାଖାପାଖି ୩ ମାସ ହେଲା ପଡ଼ିଶା ଝାଡ଼ଖଣ୍ଡ ରାଏଜ୍ର ରାଞ୍ଚତ୍ ସହରରୁ ରୁଜଗାର ଆଶ୍ରେ ଗୁଟେ ପରିବାରର ୧୫ ଝନ୍ ଭବାନୀପାଟଣା ସହରକେ ଆସିଛନ୍। ଏହେଦେ ସେମାନେ ଭବାନୀପାଟଣା ସହରର ହାଟପଦାରେ ରହୁଛନ୍। ସଖାଲ ପାଏଲେ ପେଟପାଟନାର ଲାଗି ସହରର ଗଲିକଁଦି ବୁଲି ମଇଲା ଜଗଡ଼ା ଭିତରେ ଅଁଡ଼ାଲି କାର୍ଟୁନ ଠୁଲଉଛନ୍। ଇମାନକୁ ରୋଗ୍ବାଗ୍, ଖରା, ବରଷା କେହେନ୍ସିଥିର ଖାତିର ନାଇଁ। ପରିବାରର ମହିଲାମାନେ ପଡ଼ାପଡ଼ା ବୁଲି ଚିତା କୁଟ୍ବାର ସଂଗେ କାଚ ବୁତଲ, ଭଂଗା ପ୍ଲାଷ୍ଟିକ୍, ଟିନ ସାମାନ ଠୁଲଉଛନ୍। କାର୍ଟୁନ ଠୁଲେଇ ଦିନ୍କୁ ୩ରୁ ୪ଶହ ଟଁକା ରୁଜଗାର କରୁଥିବାର କହିଛନ୍ ଦୁଶମନ ସିଂ। ଝନେ ମହିଲାକୁଁ ତାକର ଫିଦିନିଅଁା ରୁଜଗାର ବାବ୍ଦେ ପଚରାଲାରୁ ଚିତା କୁଟି ଦିନ୍କ ୨ରୁ ୩ଶହ ଟଁକା କମାନି ହେଉଥିବାର କହିଥିଲେ। ସେନ୍ତା ଆର ଝନେ ମହିଲାକୁଁ ପଚରାଲାରୁ ଭଂଗା ପ୍ଲାଷ୍ଟିକ୍, କାଚ ବୁତଲ, ଟିନ ଠୁଲେଇ କବାଡ଼ିରେ ବିକ୍ଲେ ଦିନ୍କ ପାଖାପାଖି ୩ଶହରୁ ୩୫୦ ଟଁକା ମିଲୁଥିବାର କହିଥିଲେ। ଭବାନୀପାଟଣାରେ କାମ୍ଧଁଦା କି ଭଲ ରୁଜଗାର ନାଇଁ ହେଲେ ଫେନ୍ କୁଟୁମବସିଆ ରାଞ୍ଚତ୍ ଫିରିଯିବେ ବଲି କହିଥିଲେ। ପେଟ୍ପାଟନାର ଲାଗି ରାଏଜ୍ ରାଏଜ୍ ବୁଲି ରାସ୍ତା ତରେ ଜୀବନ୍ ବିତଉଥିବାର ପରିବାରମାନକର ଛୁଆପିଲାକର ଭବିଷତ୍ କଥା ଚିନ୍ତା କଲେ ଝନେ ସାଧାରନ୍ ମୁନୁଷ୍ର ମୁଡ଼ ବୁଲେଇ ଯିବା। ହେଲେ ଇମାନକର କେହେନ୍ସି ପରକାର ଭବିଷତ୍ ଚିନ୍ତା ନଁାଇଁନ। ଯେନ୍କେ ଗଲେ ରାସ୍ତା ତରେ ଶୁଇଲେ, ସଖାଲ ପାଏଲେ କମାଲେ ଖାଏଲେ ଆର ବେଲବୁଡ଼ଲେ ଶୁଇଲେ। ସତେ ଯେନ୍ତା ଇମାନେ ମାଟିର ମୁନୁଷ୍, ଭବିଷତ୍ ବଲି କିଛି ନାଇଁ, ବରଷା ହେଲେ ଭିଜଲେ ଆର ଖରା ହେଲେ ଶୁଖ୍ଲେ। ଇଆଡ଼େ କେନ୍ଦ୍ର ଆର ରାଏଜ୍ ସରକାରମାନେ ଗରିବ୍ ଦୁଖିକର ଲାଗି ଅନେକ ଯୋଜନା କାଯ୍କାରୀ କରୁଥିଲେ ବି ଏନ୍ତା ରାସ୍ତା ତରେ ଜୀବନ୍ ବିତଉଥିବାର ପରିବାରମାନେ ସରକାରୀ ଯୋଜନାର ବହୁତ୍ ଦୂରେ ରହିଯାଉଛନ୍। ଇ ଦିଗେ କେନ୍ଦ୍ର ଆର ରାଏଜ୍ ସରକାରମାନେ ଚିନ୍ତା କରି ପରତିକାର ବେବସ୍ତା କରବାର କଥା।