ଏମିତି ଏକ କାଫେ ରହିଛି, ଯାହାର ଭିତରକୁ ପଶିଗଲେ କାର୍ଟୁନ୍ ଦୁନିଆରେ ଆପଣ ସମ୍ପୂର୍ଣ୍ଣ ହଜିଯିବେ। ଏପରି କାଫେ ରହିଛି ଜାପାନରେ। ଶିନ୍ ଓକୁବୋ ଜିଲାରେ ଥିବା ଏହି କାଫେକୁ ‘ଟୁ ଡି କାଫେ’ କୁହାଯାଉଛି।
ଏହି କାଫେରେ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଜିନିଷ କାର୍ଟୁନ୍ରେ ତିଆରି ହୋଇଛି। ଏହି କାଫେର କାନ୍ଥ, ଡାଇନିଂ ଟେବୁଲ, ବେସିନ୍ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ କାର୍ଟୁନ ଚିତ୍ର ପରି ହୋଇଛି। ଏହା ଖୁବ୍ ସୁନ୍ଦର ଦେଖାଯାଉଛି।
ସବୁଠୁ ମଜା କଥା ହେଲା; ଏହି କାଫେରେ ଥିବା ସମସ୍ତ ବାସନ ଏବଂ ଫର୍ଣ୍ଣିଚର ଏପରି କାର୍ଟୁନ ପରି ହୋଇଛି, ଯେମିତି ସବୁ ନକଲି ଲାଗିବ। କିନ୍ତୁ ବାସ୍ତବରେ ଅସଲି। ଏହି କାଫେରେ କିସ୍ମିସ୍, ଡାଳିମ୍ବ, ଟମାଟୋ, ଆମ୍ବ ରସରେ ଚା’ ପ୍ରସ୍ତୁତ କରାଯାଇଥାଏ।