Categories: ଖେଳ

କାର୍ତ୍ତିକଙ୍କ କ୍ଷମାପ୍ରାର୍ଥନା ଗ୍ରହଣ କଲା ବିସିସିଆଇ

ନୂଆଦିଲ୍ଲୀ,୧୬।୯(ପିଟି): ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିନା ସର୍ତ୍ତମୂଳକ କ୍ଷମାପ୍ରାର୍ଥନାକୁ ସୋମବାର ବିସିସିଆଇ ସ୍ବୀକାର କରିଛି। ସେ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ) ଦଳର ଡ୍ରେସିଂ ରୁମ୍‌ରେ ମ୍ୟାଚ୍‌ ଦେଖିଥିଲେ। ସେ ଏଭଳି କରି କେନ୍ଦ୍ରୀୟ ଚୁକ୍ତିର ନିୟମ ଭଙ୍ଗ କରିଥିଲେ। ଉଲ୍ଲେଖଥାଉ କି, ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ସିପିଏଲ ଦଳ ଟ୍ରିନବାଗୋ ନାଇଟ୍‌ ରାଇଡର୍ସର ଜର୍ସି ପିନ୍ଧି ଡ୍ରେସିଂ ରୁମ୍‌ରେ ବସି ମ୍ୟାଚ୍‌ ଦେଖିଥିଲେ। ଏଥିନେଇ ତାଙ୍କୁ ବିସିସିଆଇ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। କେନ୍ଦ୍ରୀୟ ଚୁକ୍ତିର ନିୟମ ଅନୁଯାୟୀ, ଦେଶ ପାଇଁ ୨୬ ଟେଷ୍ଟ ଓ ୯୪ ଦିନିକିଆ ଖେଳିଥିବା କାର୍ତ୍ତିକ ମ୍ୟାଚ୍‌ରେ ଉପସ୍ଥିତ ହେବା ପାଇଁ ବିସିସିଆଇର ଅନୁମତି ନେବା ଦରକାର ଥିଲା। ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଅଧିନାୟକ କାର୍ତ୍ତିକ ନିଜ ଉତ୍ତରରେ କହିଥିଲେ କୋଚ୍‌ ବ୍ରେଣ୍ଡନ ମ୍ୟାକୁଲମଙ୍କ ଅନୁରୋଧ କ୍ରମେ ଟ୍ରିନିବାଭୋଗ ଜର୍ସି ପିନ୍ଧି ମ୍ୟାଚ୍‌ ଦେଖିଥିଲେ।

Share