Advertisement

କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କଲେ ମୋଦି

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ବଲିଉଡ୍‌ ମୁଭି ‘ପ୍ୟାର କି ପଞ୍ଚନାମା’ର ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ କରୋନା ଭାଇରସ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏକ ଭିଡିଓ ଶେୟାର କରିଛନ୍ତି। ସେ ନିଜ ଷ୍ଟାଇଲରେ ଏହି ଭିଡିଓଟି ପ୍ରସ୍ତୁତ କରିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ଭିଡିଓରେ କାର୍ତ୍ତିକ କରୋନା ସଂକ୍ରମଣକୁ ଦେଖି ଘରୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କରିବା ସହ ଲେଖିଛନ୍ତି, ଏହି ଯୁବ ଅଭିନେତା କିଛି କହୁଛନ୍ତି, ବର୍ତ୍ତମାନ ସମୟ ‘ଅଧିକ ସାବଧାନ’ ରହିବା କରୋନାର ‘ପଞ୍ଚନାମା କରିବା’। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ହୋଇଥିବା ବେଳେ ମହାରାଷ୍ଟ୍ର ସରକାର ଏହାକୁ ନେଇ ସଚେତନତା ସୃଷ୍ଟି କରିବା ସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସରକାରଙ୍କୁ ସହଯୋଗ କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share