କାର୍ତ୍ତିକଙ୍କ ସହ ଫିଲ୍ମ କରିବାକୁ ମନାକଲେ ସାରା

୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌। ସୁନ୍ଦର ଅଭିନୟ ଓ ଭିନ୍ନ ଅନ୍ଦାଜ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିଣି ପାରିଛନ୍ତି ସାରା। ବର୍ତ୍ତମାନ ସେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଖୁବ୍‌ ଚର୍ଚ୍ଚାରେ। ନିକଟରେ ତାଙ୍କୁ କାର୍ତ୍ତିକଙ୍କ ସହ ଏକ ଫିଲ୍ମରେ କାମ କରିବାର ଅଫର ମିଳିଥିଲା। ମାତ୍ର ସାରା ଏଥିରେ କାମ କରିବାକୁ ମନା କରିଦେଇଛନ୍ତି।
ପ୍ରକୃତ କଥା ହେଲା, କାର୍ତ୍ତିକଙ୍କୁ ଖୁବ୍‌ଶୀଘ୍ର ଭୂଷଣ କୁମାରଙ୍କ ଫିଲ୍ମ ‘ଭୁଲ ଭୁଲୈୟା-୨’ରେ ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଲୁକ୍‌ ମଧ୍ୟ ଇତିମଧ୍ୟରେ ସମ୍ମୁଖକୁ ଆସିସାରିଛି। ତେବେ ଫିଲ୍ମର ପ୍ରମୁଖ ମହିଳା ଚରିତ୍ର ପାଇଁ ଅଭିନେତ୍ରୀ ଖୋଜା ଚାଲିଛି। ସାରାଙ୍କୁ ଏଥିପାଇଁ ଅଫର ମିଳିଥିଲା। ମାତ୍ର ସମୟ ଅଭାବରୁ ସେ ଏଥିରେ କାମ କରିବାକୁ ମନା କରିଦେଇଛନ୍ତି। ସାରାଙ୍କ ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏହି ସୁଯୋଗ ମିଳିଥିଲା। ସେ ମଧ୍ୟ ଏହାକୁ ହାତଛଡ଼ା କରିଛନ୍ତି।

Share