କାର୍ତ୍ତିକ ଆର୍ୟନଙ୍କୁ ଆଲିଙ୍ଗନ କରିବାକୁ ଡେଇଁ ପଡିଲେ ମହିଳା ପ୍ରଶଂସକ

ବଲିଉଡ୍‌ରେ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଲୋକପ୍ରିୟତା ବେଶ୍‌ ବୃଦ୍ଧି ପାଇଛି। ଖାସ୍‌ ଭାବେ ଆଜିକାଲି ଯୁବପିଢି ମଧ୍ୟରେ ତାଙ୍କ କ୍ରେଜ୍‌ ବଢିବାକୁ ଲାଗିଛି। ‘ପ୍ୟାର୍‌ କା ପଞ୍ଚନାମା’ ଫିଲ୍ମରେ ଜବରଦସ୍ତ ଅଭିନୟ କରିବା ପରେ ଯେ ଯୁବପିଢିଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଗାମୀ ଫିଲ୍ମ ‘ଲଭ ଆଜ୍‌କାଲ୍‌’ର ପ୍ରମୋଶନ ପାଇଁ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଏକ ଶୋ’କୁ ପ୍ରମୋଶନ ପାଇଁ ଯାଇଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା। କାର୍ତ୍ତିକଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଜମିଥିଲା। ଜଣେ ଯୁବତୀଙ୍କ ତାଙ୍କ ଦେଖିବା ପାଇଁ ଏତେ ଉତ୍ସାହିତ ଥିଲେ ଯେ, ସେ କାର୍ତ୍ତିକଙ୍କ ଉପରକୁ ଡେଇଁ ପଡିଥିଲେ। କିନ୍ତୁ କାର୍ତ୍ତିକ ଟିକେ ଦୂରରେ ଥିବାରୁ ଯୁବତୀ ଜଣଙ୍କ ତଳେ ପଡିଯାଇଥିଲେ। ଏହା ଦେଖି କାର୍ତ୍ତି ଦୌଡି ଯାଇ ତାଙ୍କୁ ଉଠାଇବା ସହ ଆଲିଙ୍ଗନ କରିଥିଲେ। ଇମତିଆଜ୍‌ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ ଆଜ୍‌କାଲ୍‌’ରେ କାର୍ତ୍ତିକ ଡବଲ ରୋଲରେ ନଜର ଆସିବେ। ସାରା ଏବଂ କାର୍ତ୍ତିକ ପ୍ରଥମଥର ପାଇଁ ବଡ ପରଦାରେ ଏକାଠି ନଜର ଆସିବେ।

Share