କାର୍ତ୍ତିକ-କିୟାରାଙ୍କ ‘ଭୁଲ ଭୁଲୈୟା-୨’ରେ ତବ୍‌ବୁ

ଫିଲ୍ମ ‘ଭୁଲ ଭୁଲେୟା-୨’ ମାଧ୍ୟମରେ କାର୍ତ୍ତିକ ଆର୍ୟନ ଏବଂ କିୟାରା ଆଡଓ୍ବାଣୀଙ୍କ ଯୋଡି ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିବାକୁ ଯାଉଛନ୍ତି। ପ୍ରଥମରୁ ହିଁ ଏହି ଯୋଡିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କିଛି ଦିନ ହେବ ମୁମ୍ବାଇରୁ ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ବେଳେ ଲଣ୍ଡନ ଏବଂ ରାଜସ୍ଥାନରେ ଅନ୍ୟ ଭାଗର ଶୁଟିଂ ଶେଷ ହେବ। ଏବେ ଯାହା ଶୁଣିବାକୁ ମିଳୁଛି ଅଭିନେତ୍ରୀ ତବ୍‌ବୁ ଫିଲ୍ମର ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଆଗାମୀ ଜାନୁଆରୀରୁ ସେ ଶୁଟିଂ ଆରମ୍ଭ କରିବେ। ଫିଲ୍ମଟି ୩୧ ଜୁଲାଇ ୨୦୨୦ରେ ପରଦାକୁ ଆସିବାର ରହିଛି।
‘ଭୁଲ ଭୁଲେୟା-୨’ ୨୦୦୭ରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାର, ବିଦ୍ୟା ବାଲାନ ଏବଂ ଅମୀଷା ପଟେଲଙ୍କ ଅଭିନୀତ ‘ଭୁଲ ଭୁଲେୟା’ର ସିକ୍ୱେଲ।

Share