କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରୁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର,୧୨।୧୧:(ବ୍ୟୁରୋ): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୂର୍ବତଟ ରେଳପଥ ସ୍ବତନ୍ତ୍ର ଟ୍ରେନର ଯୋଜନା କରିଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯାତ୍ରୀ ଭିଡ଼କୁ ଲକ୍ଷ୍ୟ କରି ଗୋଟିଏ ସ୍ବତନ୍ତ୍ର ଟ୍ରେନ ପୁରୀ-ପଲାସା ଓ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜରକୁ ନୟାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ। ପୁରୀ-ପଲାସା ସ୍ବତନ୍ତ୍ର ଟ୍ରେନ ପୁରୀଠାରୁ ଅପରାହ୍ନ ୨ଟାରେ ଛାଡ଼ିବ। ନୟାଗଡ଼କୁ ସମ୍ପ୍ରସାରିତ ପୁରୀ-ଖୋର୍ଦ୍ଧାରୋଡ଼ ପାସେଞ୍ଜର ନିୟମିତ ସମୟରେ ଚଳାଚଳ କରିବ ବୋଲି ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Share