କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ଉତ୍ସ ମଦନ ଦାସଜୀ

ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ

କିଛିଦିନ ତଳେ ଯେତେବେଳେ ଆମେ ଶ୍ରୀ ମଦନ ଦାସ ଦେବୀଜୀଙ୍କୁ ହରାଇଥିଲୁ, ସେତେବେଳେ ମୋ ସମେତ ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତା ଦୁଃଖରେ ମ୍ରିୟମାଣ ହୋଇ ମଦନ ଦାସଜୀଙ୍କ ପରି ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଆଉ ଆମ ଗହଣରେ ନାହାନ୍ତି, ଏଭଳି ବିଶ୍ୱାସ କରିବା ଆମ ପାଇଁ ଏକ ଆହ୍ବାନପୂର୍ଣ୍ଣ ବାସ୍ତବତା। ତଥାପି, ତାଙ୍କ ପ୍ରଭାବ ଚିରକାଳ ଜୀବିତ ରହିବ ବୋଲି ମନରେ ଧାରଣା କରି ଆମେ ସାନ୍ତ୍ୱନା ପାଉଛୁ। ତାଙ୍କର ଶିକ୍ଷା ଓ ଆଦର୍ଶ ଭବିଷ୍ୟତର ଯାତ୍ରାରେ ଆମ ପାଇଁ ପ୍ରେରଣା ଓ ମାର୍ଗଦର୍ଶନର ପ୍ରତୀକ ଭାବେ କାର୍ଯ୍ୟ କରିବ।
ବର୍ଷ ବର୍ଷ ଧରି ମଦନ ଦାସଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବାର ସୌଭାଗ୍ୟ ମୋତେ ମିଳିଥିଲା। ମୁଁ ଅତି ନିକଟରୁ ତାଙ୍କ ସରଳତା ଏବଂ ମୃଦୁଭାଷୀ ସ୍ବଭାବ ଦେଖିଥିଲି। ସେ ଜଣେ ଉତ୍କୃଷ୍ଟ ସାଂଗଠନିକ ବ୍ୟକ୍ତି ଥିଲେ ଏବଂ ମୁଁ ମଧ୍ୟ ସଂଗଠନରେ କାମ କରିବାରେ ଯଥେଷ୍ଟ ସମୟ ବିତାଇଥିଲି। ତେଣୁ ସାଂଗଠନିକ ବିକାଶ ଓ କାର୍ଯ୍ୟକର୍ତ୍ତାଙ୍କ ଅଭିବୃଦ୍ଧି ସମ୍ବନ୍ଧୀୟ ଦିଗଗୁଡ଼ିକ ଆମ କଥାବାର୍ତ୍ତାରେ ନିୟମିତ ଭାବରେ ସ୍ଥାନ ପାଇବା ସ୍ବାଭାବିକ ଥିଲା। ଏମିତି ଥରେ କଥାବାର୍ତ୍ତା ବେଳେ ମୁଁ ତାଙ୍କୁ ପଚାରିଲି, ସେ ମୂଳତଃ କେଉଁ ଅଞ୍ଚଳର ବାସିନ୍ଦା। ସେ ମୋତେ କହିଥିଲେ ଯେ ସେ ମହାରାଷ୍ଟ୍ରର ସୋଲାପୁର ନିକଟସ୍ଥ ଏକ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପୂର୍ବପୁରୁଷମାନେ ଗୁଜରାଟରୁ ଆସିଥିଲେ। କିନ୍ତୁ ସେମାନେ ପ୍ରକୃତରେ କେଉଁ ସ୍ଥାନରୁ ଆସିଥିଲେ ସେ ବିଷୟରେ ଅବଗତ ନ ଥିଲେ। ମୁଁ ତାଙ୍କୁ କହିଲି ଯେ ‘ଦେବୀ’ ସାଙ୍ଗିଆଧାରୀ ମୋର ଜଣେ ଶିକ୍ଷକ ଅଛନ୍ତି ଏବଂ ସେ ବିସନଗର ବାସିନ୍ଦା। ପରବର୍ତ୍ତୀ ସମୟରେ ସେ ବିସନଗର ଓ ୱଡ଼ନଗର ମଧ୍ୟ ଗସ୍ତ କରିଥିଲେ। ଆମେ ଗୁଜରାଟୀ ଭାଷାରେ ମଧ୍ୟ କଥାବାର୍ତ୍ତା ହେଉଥିଲୁ।
ମଦନ ଦାସଜୀଙ୍କର ଅନେକ ବିଶେଷତ୍ୱ ମଧ୍ୟରୁ ଗୋଟିଏ ଥିଲା, ଶବ୍ଦଠାରୁ ଊର୍ଦ୍ଧ୍ୱକୁ ଯାଇ ସେହି ଶବ୍ଦ ପଛରେ ଥିବା ଭାବନାକୁ ବୁଝିବାରେ ତାଙ୍କର ଦକ୍ଷତା। ମୃଦୁଭାଷୀ ଏବଂ ସର୍ବଦା ହସଖୁସିରେ ସେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ଆଲୋଚନାକୁ ମାତ୍ର କିଛି ବାକ୍ୟରେ ସମାହିତ କରିପାରୁଥିଲେ।
ନିଜ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ସମୂହଙ୍କ ହିତକୁ କିଭଳି ଗୁରୁତ୍ୱ ଦିଆଯାଏ ତାହା ମଦନ ଦାସଜୀଙ୍କ ଜୀବନରୁ ପ୍ରମାଣିତ ହୋଇଥାଏ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସେ ପ୍ରଶିକ୍ଷଣ ନେଇଥିଲେ। ଚାହିଁଥିଲେ ଏକ ଆରାମଦାୟକ ଜୀବନଯାପନ କରିପାରିଥାନ୍ତେ, କିନ୍ତୁ ବିଚାରକୁ ପ୍ରଭାବିତ କରିବା ଏବଂ ଭାରତର ବିକାଶ ଦିଗରେ କାର୍ଯ୍ୟ କରିବାରେ ତାଙ୍କର ଆଗ୍ରହ ଥିଲା।
ଭାରତର ଯୁବବର୍ଗଙ୍କ ଉପରେ ମଦନ ଦାସଙ୍କର ଅତୁଟ ବିଶ୍ୱାସ ଥିଲା। ସେ ସମଗ୍ର ଭାରତର ଯୁବପିଢ଼ିଙ୍କ ସହ ଯୋଡ଼ିହୋଇ ପାରୁଥିଲେ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ସୁଦୃଢ଼ କରିବାରେ ସେ ନିଜକୁ ନିୟୋଜିତ କରିଥିଲେ। ଏହି ଯାତ୍ରାରେ ତାଙ୍କର ଅନ୍ୟତମ ପ୍ରମୁଖ ପ୍ରେରଣା ଥିଲେ ଯଶୋବନ୍ତରାଓ କେଲ୍‌କରଜୀ। ସେ ତାଙ୍କ ଦ୍ୱାରା ଗଭୀର ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ପ୍ରାୟତଃ ତାଙ୍କ ବିଷୟରେ କଥା ହେଉଥିଲେ। ମଦନ ଦାସଜୀ ସର୍ବଦା ଏବିଭିପିର କାର୍ଯ୍ୟରେ ଅଧିକରୁ ଅଧିକ ଛାତ୍ରୀଙ୍କୁ ସାମିଲ କରିବା ଏବଂ ସାମାଜିକ କଲ୍ୟାଣରେ ଯୋଗଦାନ କରିବା ପାଇଁ ଏକ ମଞ୍ଚ ଭାବେ ଏହାକୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବାରମ୍ବାର କହୁଥିଲେ, ଛାତ୍ରୀମାନେ କୌଣସି ସାମୂହିକ ପ୍ରୟାସରେ ସାମିଲ ହେଲେ ସେହି ପ୍ରୟାସ ସର୍ବଦା ଅଧିକ ସମ୍ବେଦନଶୀଳ ହୋଇଥାଏ। ମଦନ ଦାସଙ୍କ ପାଇଁ ଛାତ୍ରୀଛାତ୍ରଙ୍କ ପ୍ରତି ସ୍ନେହ ସର୍ବୋପରି ଥିଲା। ସେ ସବୁବେଳେ ଛାତ୍ରୀଛାତ୍ରଙ୍କ ଗହଣରେ ରହୁଥିଲେ, କିନ୍ତୁ ପଙ୍କରେ ପଦ୍ମ ପରି ସେ କେବେ ବି ବିଶ୍ୱବିଦ୍ୟାଳୟ ରାଜନୀତିରେ ନିଜକୁ ସାମିଲ କରୁ ନ ଥିଲେ।
ମୁଁ ଏମିତି ଅନେକ ନେତାଙ୍କୁ ଜାଣିଛି, ଯେଉଁମାନେ ସାର୍ବଜନୀନ ଜୀବନରେ ଉନ୍ନତି ପାଇଁ ନିଜ ଯୁବାବସ୍ଥାରେ ମଦନ ଦାସଜୀଙ୍କଠାରୁ ମିଳିଥିବା ମାର୍ଗଦର୍ଶନକୁ ଶ୍ରେୟ ଦେଇଥାନ୍ତି। କିନ୍ତୁ ଏହାକୁ ନେଇ ଦେଖାଇବା ତାଙ୍କ ସ୍ବଭାବ ନ ଥିଲା।
ଆଜିକାଲି ମାନବ ପରିଚାଳନା, ପ୍ରତିଭା ପରିଚାଳନା ଏବଂ ଦକ୍ଷତା ପରିଚାଳନା ଭଳି ଅବଧାରଣା ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଛି। ମଦନ ଦାସଜୀ ଲୋକମାନଙ୍କୁ ବୁଝିବା ଏବଂ ସେମାନଙ୍କ ପ୍ରତିଭାକୁ ସାଂଗଠନିକ ଲକ୍ଷ୍ୟରେ ଉପଯୋଗ କରିବାରେ ସିଦ୍ଧହସ୍ତ ଥିଲେ। ସେ ସ୍ବତନ୍ତ୍ର ଥିଲେ, କାରଣ ସେ ଲୋକଙ୍କ ସାମର୍ଥ୍ୟକୁ ବୁଝିଥିଲେ ଏବଂ ସେହି ଆଧାରରେ ସେମାନଙ୍କୁ କାମରେ ନିୟୋଜିତ କରିଥିଲେ। ଲୋକମାନଙ୍କୁ ନିଜର ଆବଶ୍ୟକତା ଅନୁଯାୟୀ ଗଢ଼ିବା ଉଚିତ ବୋଲି ଧାରଣାକୁ ସେ କେବେ ବି ଗ୍ରହଣ କରି ନ ଥିଲେ। ସେଥିପାଇଁ କୌଣସି ଯୁବ କାର୍ଯ୍ୟକର୍ତ୍ତାଙ୍କ ମନକୁ କିଛି ନୂଆ ଉପାୟ ଆସିଲେ ମଦନ ଦାସଜୀ ସ୍ପଷ୍ଟ ଭାବେ ତାକୁ ଆଗକୁ ଆଣୁଥିଲେ। ଏହି କାରଣରୁ ତାଙ୍କ ସହ କାମ କରିଥିବା ଅନେକ ଲୋକ ନିଜ ନିଜ ସାମର୍ଥ୍ୟ ଆଧାରରେ ଏକ ଛାପ ଛାଡ଼ିବାକୁ ସ୍ବୟଂ ଅନୁପ୍ରାଣିତ ହୋଇଥିଲେ। ତେଣୁ ତାଙ୍କ ନେତୃତ୍ୱରେ ସଂଗଠନଗୁଡ଼ିକ ବ୍ୟାପକ ଭାବେ ବିକଶିତ ହୋଇଥିଲା। ବ୍ୟାପକ ଏବଂ ବିସ୍ତୃତ ହେବା ସତ୍ତ୍ୱେ ଏସବୁ ସଂଗଠନ ଏକଜୁଟ ଏବଂ ପ୍ରଭାବଶାଳୀ ମଧ୍ୟ ରହିଥିଲେ।
କହିବା ବାହୁଲ୍ୟ ଯେ, ମଦନ ଦାସଜୀଙ୍କର ଏକ ବ୍ୟସ୍ତବହୁଳ ଯାତ୍ରାସୂଚୀ ଥିଲା। ନିଜ କର୍ତ୍ତବ୍ୟ ବ୍ୟତୀତ ଲୋକଙ୍କୁ ଭେଟିବା କ୍ଷେତ୍ରରେ ସେ ଚୟନଶୀଳ ଥିଲେ ଏବଂ ସାକ୍ଷାତ୍‌ ପାଇଁ ସବୁବେଳେ ପୂର୍ବରୁ ପ୍ରସ୍ତୁତ ରହୁଥିଲେ। ତେବେ ତାଙ୍କ କାର୍ଯ୍ୟକ୍ରମ ସବୁବେଳେ ସରଳ ଥିଲା। କୌଣସି କର୍ମକର୍ତ୍ତାଙ୍କ ଉପରେ ବୋଝ ରହୁ ନ ଥିଲା। ଏହି ଗୁଣ ଶେଷ ପର୍ଯ୍ୟନ୍ତ ତାଙ୍କର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିଲା। ସେ ଦୀର୍ଘଦିନର ଅସୁସ୍ଥତାକୁ ସାହସର ସହିତ ମୁକାବିଲା କରୁଥିଲେ, କିନ୍ତୁ ମୁଁ ତାଙ୍କୁ ଏ ବିଷୟରେ ବାରମ୍ବାର ପଚାରିଲେ ମଧ୍ୟ ସେ କମ୍‌ କଥା ହେଉଥିଲେ। ଶାରୀରିକ ଯନ୍ତ୍ରଣା ସତ୍ତ୍ୱେ ସେ ଖୁସିରେ ରହୁଥିଲେ। ଅସୁସ୍ଥତା ସମୟରେ ମଧ୍ୟ ସେ ଦେଶ ଓ ସମାଜ ପାଇଁ କ’ଣ କରିପାରିବେ ସେ ବିଷୟରେ ନିରନ୍ତର ଚିନ୍ତା କରୁଥିଲେ।
ମଦନ ଦାସଜୀଙ୍କର ଏକ ଚମତ୍କାର ଶୈକ୍ଷିକ ରେକର୍ଡ ଥିଲା ଏବଂ ଏହା ତାଙ୍କର କାର୍ଯ୍ୟଶୈଳୀକୁ ମଧ୍ୟ ଆକାର ଦେଇଥିଲା। ସେ ଜଣେ ଉତ୍ସାହୀ ପାଠକ ଥିଲେ। ଯେତେବେଳେ ବି ସେ କିଛି ଭଲ ପଢ଼ୁଥିଲେ, ସେ ତାହା ସେହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଉଥିଲେ। ମୁଁ ସୌଭାଗ୍ୟବାନ୍‌ ଯେ ମୁଁ ବାରମ୍ବାର ଏଭଳି ଜିନିଷ ପାଇଛି। ଅର୍ଥନୀତି ଏବଂ ନୀତିଗତ ବିଷୟରେ ମଧ୍ୟ ତାଙ୍କର ଭଲ ଜ୍ଞାନ ଥିଲା। ସେ ଏପରି ଏକ ଭାରତର ପରିକଳ୍ପନା କରିଥିଲେ, ଯେଉଁଠାରେ କୌଣସି ବ୍ୟକ୍ତି ଅନ୍ୟ ଉପରେ ନିର୍ଭରଶୀଳ ନ ଥିବ, ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ନିଜ ଗୋଡ଼ରେ ଠିଆ ହୋଇପାରୁଥିବ ତଥା ଆତ୍ମଉନ୍ନତି ଏବଂ ଅଭିବୃଦ୍ଧିର ସୁଯୋଗ ଦ୍ୱାରା ସଶକ୍ତ ହୋଇପାରୁଥିବ। ମଦନ ଦାସଜୀ ଏପରି ଏକ ଭାରତର ପରିକଳ୍ପନା କରିଥିଲେ, ଯେଉଁଠାରେ ଆତ୍ମନିର୍ଭରଶୀଳତା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏକ ଜୀବନ୍ତ ବାସ୍ତବତା ଥିଲା। ତାଙ୍କ ପରିକଳ୍ପନାର ଭାରତ, ପାରସ୍ପରିକ ସମ୍ମାନ, ସଶକ୍ତୀକରଣ ଏବଂ ଅଂଶୀଦାରଙ୍କ ସମୃଦ୍ଧିର ନୀତି ଉପରେ ଆଧାରିତ ସମାଜ ଥିଲା। ଏବେ ଭାରତ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ଆତ୍ମନିର୍ଭରଶୀଳ ହେଉଥିବାରୁ ବୋଧହୁଏ ସେ ସବୁଠୁ ଅଧିକ ଖୁସି ହୋଇଥାନ୍ତେ।
ଆଜି ଯେତେବେଳେ ଆମର ଗଣତନ୍ତ୍ର ସକ୍ରିୟ ରହିଛି, ଯୁବପିଢ଼ି ଆତ୍ମବିଶ୍ୱାସୀ ହୋଇପାରିଛନ୍ତି, ସମାଜ ଆଗକୁ ବଢୁଛି ଏବଂ ଦେଶ ଆଶା ଓ ଆକାଂକ୍ଷାରେ ପରିପୂର୍ଣ୍ଣ ହୋଇପାରିଛି, ସେତେବେଳେ ଶ୍ରୀ ମଦନ ଦାସ ଦେବୀଜୀଙ୍କ ଭଳି ଲୋକଙ୍କୁ ମନେପକାଇବା ଜରୁରୀ। କାରଣ ସେ ରାଷ୍ଟ୍ର ସେବାରେ ଏବଂ ଦେଶକୁ ଏପରି ଉନ୍ନତି ପଥରେ ଆଗେଇନେବା ଦିଗରେ ନିଜର ସମ୍ପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri