କାର୍ଯ୍ୟକ୍ଷେତ୍ରରେ ଚଷମା ପିନ୍ଧିପାରିବେନି ମହିଳା

ଜାପାନରେ ଏକ ଅଜବ ନିୟମ ଲାଗୁ ହୋଇଛି। ଏଠାରେ କର୍ମକ୍ଷେତ୍ରରେ ମହିଳାମାନେ ଚଷମା ପିନ୍ଧିପାରିବେନି। କେତେକ ବେସରକାରୀ କମ୍ପାନୀ ଏଭଳି ନିୟମ ଲାଗୁ କରିଛନ୍ତି। ଏହା ପଛରେ ଏକ ଅଦ୍ଭୁତ କାରଣ ରହିଛି। ଚଷମା ଲଗାଇ ଅଫିସ୍‌ ଆସୁଥିବା ମହିଳାଙ୍କ ପାଇଁ କମ୍ପାନୀର ବ୍ୟବସାୟ ବାଧାପ୍ରାପ୍ତ ହୁଏ। କାରଣ ମହିଳାମାନେ ଚଷମା ଲଗାଇବା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟତା ହ୍ରାସ ଘଟେ। ତେଣୁ କ୍ଲାଏଣ୍ଟ୍ସମାନେ ସେମାନଙ୍କୁ ଦେଖି ବିଜନେସ୍‌ କରିବାକୁ ବେଶୀ ରାଜି ହୋଇ ନ ଥାନ୍ତି ବୋଲି ଏକ କମ୍ପାନୀ ପକ୍ଷରୁ କୁହାଯାଇଛି। ଏଠାରେ ମହିଳାମାନଙ୍କୁ ମେକ୍‌ଅପ୍‌ ଏବଂ ଓଜନ କମ୍‌ କରିବା ପାଇଁ କମ୍ପାନୀମାନେ ନିର୍ଦ୍ଦେଶ ଦେଇଥାନ୍ତି। ଜାପାନରେ କେତେକ ଏୟାରଲାଇନ୍ସ ଏବଂ ରେଷ୍ଟୁରାଣ୍ଟରେ ମହିଳାମାନେ ଚଷମା ପିନ୍ଧିବା ଉପରେ ରୋକ ଲଗାଯାଇଛି।

Share