କାର୍ଯ୍ୟଦକ୍ଷତା ବଢ଼ାଇବାର ନୂଆ ଉପାୟ

କୌଣସି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବାକୁ ହେଲେ ସେହି ଅନୁସାରେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ସହ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ। ତେବେ ଏହି ତାଲିକାରେ ଆଉ ଏକ ଉପାୟକୁ ସାମିଲ କରାଯାଇଛି। କାର୍ଯ୍ୟଦକ୍ଷତାକୁ କିପରି ଆହୁରି ବଢ଼ାଯାଇପାରିବ ସେ ନେଇ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ପ୍ରତିଦିନ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଅପର ପକ୍ଷରେ ନିୟମିତ ସମୟ ଅନ୍ତରାଳରେ ଏହାଦ୍ୱାରା ସେମାନଙ୍କର କାର୍ଯ୍ୟଦକ୍ଷତା ଉପରେ କେତେ ସୁପ୍ରଭାବ ପଡୁଛି ତାହାକୁ ନିରୀକ୍ଷଣ କରାଯାଇଥିଲା। ଆଶ୍ଚର୍ଯ୍ୟ ଜନକ ଭାବରେ ପ୍ରତିଦିନ ଯୋଗ କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟଦକ୍ଷତା ପୂର୍ବାପେକ୍ଷା ଆହୁରି ସକ୍ରିୟ ହେଉଥିବା ସେମାନେ ଜାଣିପାରିଥିଲେ। ତେବେ ଯୋଗ କରିବା ପୂର୍ବରୁ ଏହାର ପରିବେଶ କିପରି ପ୍ରଦୂଷଣମୁକ୍ତ ରହିବ ସେ ନେଇ ନଜର ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି।