କାର୍ଯ୍ୟଦକ୍ଷତା ବଢ଼ାଏ କଥାବାର୍ତ୍ତା ଶୈଳୀ

କଥାବାର୍ତ୍ତା ଶୈଳୀ ଯଦି ମାର୍ଜିତ ଏବଂ ସରଳ ହୁଏ ତେବେ ତାହା କାର୍ଯ୍ୟଦକ୍ଷତା ବଢ଼ାଇବାରେ ସହାୟକ ହୋଇଥାଏ। ‘କାର୍ଯ୍ୟଦକ୍ଷତା ଓ କଥାବାର୍ତ୍ତା ଶୈଳୀ’ ବିଷୟକୁ ନେଇ ଲଣ୍ଡନ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏକଥା ଜଣାପଡିଛି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର କଥାବାର୍ତ୍ତା ଶୈଳୀ ସହ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ସେମାନେ ଏପରି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି।