କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍‌ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ ଫେରି ଯାଇଛନ୍ତି। ପୋଷ୍ଟ ଅଫିସ ବନ୍ଦ ବାବଦରେ ନୋଟିସ ବୋର୍ଡରେ କୌଣସି ସୂଚନା ଉଲ୍ଲେଖ ହୋଇନାହିଁ। ବ୍ଲକ ଅଧୀନରେ ତହସିଲ, ବ୍ଲକ, ବ୍ୟାଙ୍କ, ଟ୍ରେଜେରୀ ପ୍ରମୁଖ ଅଫିସ ରହିଛି ା ବ୍ଲକ ମୁଖ୍ୟାଳୟରେ ଥିବା ପୋଷ୍ଟ ଅଫିସ ବନ୍ଦ ଯୋଗୁ ସରକାରୀ, ବେସରକାରୀ କାର୍ଯ୍ୟରେ ବାଧା ଉପୁଜିିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।