କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣା : ପୋଲିସ ଉପସ୍ଥିତିରେ ଖୋଲାଗଲା କାର୍ଯ୍ୟାଳୟ

ପୁରୁଣା ଭୁବନେଶ୍ୱର,୧।୧୧(ଡି.ଏନ.ଏ.) : ବୁଧବାରଠାରୁ ଏକ ଦାବିକୁ ନେଇ ପୂଜାପଣ୍ଡା ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା ଏବଂ ବ୍ରାହ୍ମଣ ନିଯୋଗ ସେବାୟତ ବିରଞ୍ଚତ୍ ନାରୟଣ ପତି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କ କାର୍ଯ୍ୟାଳୟକୁ ତାଲା ପକେଇ ଦେଇଥିଲେ। ଏହି ଘଟଣାର ୨୪ଘଣ୍ଟା ପରେ ଗୁରୁବାର ପୂର୍ବାହ୍ନରେ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଲିଙ୍ଗରାଜ ଥାନା ପୋଲିସ ଉପସ୍ଥିତିରେ ମନ୍ଦିର କାଯର୍ର୍‌ୟାଳୟ ତାଲା ଖୋଲା ଯାଇଥିଲା। ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ ପୂର୍ବବତ୍‌ ନିଜ କାର୍ଯ୍ୟରେ ଯୋଗଦାନ କରିଥିଲେ। ସୂଚନାଥାଉ କି ବୁଧବାର ଏକ ଅପ୍ରୀତିକର ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବାବେଳେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ନଂ. ୨୧୦/୧୯ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲା।
ଦୋଷୀଙ୍କ ବିରୋଧରେ କାଯର୍ର୍‌ୟାନୁଷ୍ଠାନ ପାଇଁ ଚିଠି
ବୁଧବାର ଘଟଣାକୁ ନେଇ ଦେବୋତ୍ତର କମିଶନର ଏକ ସ୍ବତନ୍ତ୍ର ଚିଠି ଯୋଗେ ବିଶୃଙ୍ଖଳା ଘଟାଇଥିବା ଦୋଷୀଙ୍କ ବିରୋଧରେ ଦୃଢ କାଯର୍ର୍‌ୟାନୁଷ୍ଠାନ ନିଆଯିବା ପାଇଁ କମିଶନରେଟ ପୋଲିସ୍‌ କମିଶନର, ଡିସିପି, ଲିଙ୍ଗରାଜ ଥାନା ଆଇଆଇସିଙ୍କୁ ଚିଠି ମଧ୍ୟରେ ଅବଗତ କରାଯାଇଛି। ଏଥିସହ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ତାଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି ।

ଆଜି ହେବ ଅଡିଟ୍‌

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ, ଶୁକ୍ରବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ଅଧୀନରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ପାର୍ଶ୍ୱଦେବ ପୀଠ ଯଥା:- ଅନନ୍ତ ବାସୁଦେବ ମନ୍ଦିର, କେଦାରଗୌରୀ ମନ୍ଦିରର ଅଡ଼ିଟ୍‌ କରିବାକୁ ସୂଚନା ଦିଆଯାଇଛି। ଏଥିରେ ଏଜିର ଅଡ଼ିଟରଙ୍କୁ ସହଯୋଗ କରିବା ନିମନ୍ତେ କାଯର୍ର୍‌ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share