Categories: ବାଣିଜ୍ୟ

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଓହରିବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୨୧-୧୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଆନନ୍ଦ ମହିନ୍ଦ୍ରା ଏପ୍ରିଲ ପହିଲାରୁ ଓହରିବେ ବୋଲି ଗ୍ରୁପ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଗ୍ରୁପର ବୋର୍ଡରେ ସେ ଅଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବେ। ସେବିର ନିୟମାବଳୀ ଅନୁସାରେ ଏଭଳି ପଦକ୍ଷେପ ନିଆଯାଇଛି। ଏପ୍ରିଲ ପରଠାରୁ କମ୍ପାନୀର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀରେ ପଓ୍ବନ ଗୋଏଙ୍କା କାର୍ଯ୍ୟ କରିବେ। ଅଣ କାର୍ଯ୍ୟନିର୍ବାହି ଅଧ୍ୟକ୍ଷ ଭାବେ ମହିନ୍ଦ୍ରା ବୋର୍ଡକୁ ଦିଗଦର୍ଶନ ଦେବେ। କୌଶଳ ଯୋଜନା, ବିପଦ ପରିଚାଳନା ଏବଂ ବର୍ହି ବ୍ୟାପାର ଭଳି କ୍ଷେତ୍ରଗୁଡିକରେ ସେ ଏମ୍‌ଡିଙ୍କୁ ମେଣ୍ଟରିଂ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Share