Categories: ଜାତୀୟ

କାର୍ଯ୍ୟଭାର ଗ୍ରହଣ କଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଗୁରୁବାର ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଉଦ୍ଧବ। ଶିବସେନା, କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ ହୋଇ ଏହି ସରକାର ଗଠନ କରାଯାଇଛି। ଶନିବାର ସୁଦ୍ଧା ଉଦ୍ଧବ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ମିଳିଛି। ପ୍ରୋଟେମ ସ୍ପିକର କାଳିଦାସ କୋଲମ୍ବକରଙ୍କୁ ବଦଳାଇବା ପାଇଁ ଶିବସେନା ମଣ୍ଟ ସରକାର ଶନିବାର ମଧ୍ୟାହ୍ନ ସୁଦ୍ଧା ବହୁମତ ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛି ବୋଲି ଆଲୋଚନା ହେଉଛି। ରାଜ୍ୟପାଳ ଭଗତ ସିଂ କୋଶୟାରୀ ବହୁମତ ସାବ୍ୟସ୍ତ କରିବାକୁ ଉଦ୍ଧବ ଠାକ୍‌ରେଙ୍କୁ ଡିସେମ୍ବର ୩ପର୍ଯ୍ୟନ୍ତ ସମୟ ଦେଇଥିବା ବେଳେ ଏହାପୂର୍ବରୁ ଠାକ୍‌ରେ ଏହିକାମ ସାରି ଦେବାକୁ ଚାହୁଁଛନ୍ତି। କାରଣ ଏହାପରେ ସେ ନିଜ ଦଳର ବାଚସ୍ପତି ବାଛିବା ସହ କ୍ୟାବିନେଟର ବିସ୍ତାର କରିବେ ବୋଲି ଜଣାପଡିଛି।

Share