Categories: ଜାତୀୟ

କାର୍ଯ୍ୟଭାର ସମ୍ଭାଳିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ରାମଲୀଲା ମଇଦାନରେ ରବିବାର ଶପଥ ଗ୍ରହଣ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। କେଜରିଓ୍ବାଲ ଲଗାତର ତୃତୀୟଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। କେଜରିଓ୍ବାଲଙ୍କ ଭଳି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ମଧ୍ୟ ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେହିପରି କେଜରିଓ୍ବାଲ ସରକାରରେ ମନ୍ତ୍ରୀ ଥିବା ସତ୍ରେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ ଓ ଇମ୍ରାନ ହୁସୈନ ମଧ୍ୟ ସୋମବାର କାର୍ଯ୍ୟଭାର ସମ୍ଭାଳିଥିବା ଜଣାପଡ଼ିଛି। ଆଉ କିଛି ସମୟ ପରେ ଦିଲ୍ଲୀରେ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ମିଟିଂ ଆରମ୍ଭ ହେବ।

Share