କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର ନିଲମ୍ବନ କରିଛନ୍ତି ା ଶିକ୍ଷକ ଜଣକ ହେଲେ ଶାନ୍ତନୁ କୁମାର ଦାସ। ସେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଗଜାଆମ୍ବର ସ୍ଥାୟୀ ଶିକ୍ଷକ ହୋଇଥିବା ବେଳେ ତାଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ମଥୁରାସାହିକୁ ଡିପ୍ଲୋଏଡ କରାଯାଇଥିଲା। ସେଠାରେ କାର୍ଯ୍ୟରେ ଅବହେଳା କରିବା ସହିତ ନିଶାସକ୍ତ ଅବସ୍ଥାରେ ଶ୍ରେଣୀ ଗୃହରେ ଶୋଇବା ସଂକ୍ତାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିଲା ା ଏହି ଭିଡିଓ କ୍ଲିପ ବିଇଓ ସିଂ ପାଇବା ପରେ ଏବିଇଓ ଘନଶ୍ୟାମ ସିଂଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ା ତଦନ୍ତ ରିପୋର୍ଟକୁ ଭିତ୍ତି କରି ବିଇଓ ତାଙ୍କୁ ନିଲମ୍ବନ କରିଥିବା ବେଳେ ଏହି ଚିଠିର ନକଲ ଜିଲା ଶିକ୍ଷାଧିକାରୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ସିଆରସିସି, ବିଆରସିସି ଓ ବିଲ୍‌ ସେକ୍ସନକୁ ମଧ୍ୟ ପଠାଯାଇଛି ା