Categories: ଫୁରସତ

କାର୍ଯ୍ୟସ୍ଥଳରେ ଶୋଇପଡ଼ିବା ପାଇଁ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି

ସାଧାରଣତଃ ଭାରତୀୟମାନେ ଶୋଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍‌ଲାଇନ୍‌ ରିସର୍ଚ୍ଚ ଷ୍ଟାର୍ଟଅପ୍‌ ବେକାଫିଟ୍‌ ଅନୁସାରେ, ପ୍ରାୟ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି କାର୍ଯ୍ୟକ୍ଷେତ୍ରରେ କିଛି ସମୟ ପାଇଁ ଶୋଇପଡ଼ିବେ। ସର୍ଭେ ‘ରାଇଟ୍‌ ଟୁ ଓ୍ବାର୍କ ନାପ୍‌ସ’ରେ ୧୫୦୦ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ୭୦ ପ୍ରତିଶତ ଲୋକ ଚାହିଁଥାନ୍ତି ଅଫିସରେ କାମ କରିବା ସମୟରେ ଟିକେ ଶୋଇ ପଡ଼ିବାକୁ। ଏମିତି ନ ହେବାରୁ ଏହାର ପ୍ରଭାବ ସିଧାସଳଖ କାର୍ଯ୍ୟ ଉପରେ ପଡ଼ିଥାଏ। ସର୍ଭେରୁ ଜଣାପଡ଼ିଛି, ୪୧ ପ୍ରତିଶତ ଲୋକେ ଅନିଦ୍ରା ରହୁଥିବାରୁ ଅଫିସରେ ନିଦ ଲାଗିଥାଏ। ଫଳରେ ନିଦ ନ ଲାଗିବା ପାଇଁ ସେମାନେ ସହକର୍ମୀଙ୍କ ସହ ଗପସପ କରିଥାନ୍ତି କିମ୍ବା ବାରମ୍ବାର ମୁହଁ ଧୋଇଥାନ୍ତି। ନିଦରୁ ମୁକ୍ତି ପାଇବା ପାଇଁ କିଛି ଲୋକ ଚଲାବୁଲା ବି କରିଥାନ୍ତି। ବିଶ୍ୱରେ ୬୦ ପ୍ରତିଶତ ଲୋକ ରାତିରେ ଚାହିଁ ରହୁଥିବାବେଳେ କେବଳ ଭାରତୀୟମାନେ ଶୋଇବା କ୍ଷେତ୍ରରେ ସବୁଠୁ ଆଗୁଆ। ଅତ୍ୟଧିକ ଚିନ୍ତା, ସ୍ବାସ୍ଥ୍ୟ ସମସ୍ୟା, ମନୋରଞ୍ଜନ, ଶୋଇବା ସ୍ଥାନରେ ପରିବର୍ତ୍ତନ ଏବଂ କାର୍ଯ୍ୟସୂଚୀ ଯୋଗୁ ଅନିଦ୍ରା ରହିଥାନ୍ତି ଲୋକେ। ଏହି ସମସ୍ୟାରୁ ମୁକ୍ତି ପାଇବା ଏବଂ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ କାର୍ଯ୍ୟସ୍ଥଳରେ ଶୋଇବା ରୁମ୍‌ କରିବାକୁ ୭୦ ପ୍ରତିଶତ ଲୋକ ଦାବି କରିଛନ୍ତି।

Share