ଜୟପୁର,୨୯।୭: ଜୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସହରର ବୈଶାଳୀ ନଗର ଥାନାରେ ଏକ ବଳାତ୍କାର ମାମଲାରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବାରୁ ବଳାତ୍କାରୀ ପୀଡ଼ିତା ଉତ୍ତ୍ୟକ୍ତ ହୋଇପଡ଼ି ନିଜ ଦେହରେ ନିଅଁ। ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନାଯୋଗ୍ୟ, ସ୍ବାମୀଙ୍କ ବନ୍ଧୁ ମହିଳାଙ୍କୁ ସାଙ୍ଗରେ ତାଙ୍କ ଘରକୁ ନେଇ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଜଣଙ୍କ ବାରମ୍ବାର ଉକ୍ତ ପୋଲିସ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏଥିସହ ମାମଲାକୁ ଚପାଇଦେବାକୁ ମହିଳାଙ୍କୁ ବାଧ୍ୟ କରାଯାଉଥିଲା। ଏଥିରେ ପୀଡ଼ିତା ମହିଳା ଜଣଙ୍କ ଅତିଷ୍ଠ ହୋଇପଡ଼ି ରବିବାର ଥାନାରେ ନିଜ ଦେହରେ ନିଅଁ। ଲଗାଇଦେଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କୁ ବଞ୍ଚାଇବାକୁ ଯାଇ କେତେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ବେଳେ ମହିଳାଙ୍କ ଶରୀରର ୭୫ ପ୍ରତିଶତ ଭାଗ ଜଳିଯାଇଥିବାରୁ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।