କାର୍‌କୁ ପଛରୁ ପିଟିଲା ଟ୍ରକ୍‌ : ୪ ଗୁରୁତର

ରାୟଗଡ଼ା ଅଫିସ,୧୩।୧୦: ରାୟଗଡ଼ା ଜିଲା ସିରିଗୁଡ଼ା ଛକର କୋଟଲାଗୁଡ଼ାଠାରେ ଏକ ଟ୍ରକ କାର୍‌କୁ ପଛପଟୁ ଧକ୍କା ଦେବାରୁ ୪ ଜଣ ଗୁରୁତର ହୋଇଛନ୍ତି l ସେମାନେ ହେଲେ କାଳିମଣି ନାୟକ, ପ୍ରଭୁଦାନ ନାୟକ, ସୁଶୀଳା ନାୟକ, ସଦାମଣି ନାୟକ। ସଦାମଣି ଅସୁସ୍ଥ ଥିବାରୁ ତାଙ୍କୁ ଟିକିରିରୁ ପରିବାର ଲୋକେ ଏକ କାର୍‌ ଯୋଗେ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଆସୁଥିଲେ। ସେହି ସମୟରେ ସିରିଗୁଡା ଛକ ଦେଇ ଏକ ଟ୍ରକ୍‌ କାର୍‌କୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି।