ଦାମାସ୍କସ୍,୧୭।୧୧: ସିରିଆରେ ଏକ କାର୍ବୋମା ବିସ୍ଫୋରଣରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୩ ଜଣ ସାଧାରଣ ଲୋକ ଥିବା କୁହାଯାଉଛି। ଏଥିରେ ୩୩ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତୁର୍କୀର ନିୟନ୍ତ୍ରଣରେ ଥିବା ଉତ୍ତର ସିରିଆର ଅଲ୍-ବାବ୍ ସହରରେ ଏଭଳି ଘଟିଛି। ତୁର୍କୀ ଏବଂ ସିରିଆ ମଧ୍ୟରେ ଜାରି ରହିଥିବା ସଂଘର୍ଷ ନେଇ ବ୍ରିଟେନଠାରେ ଥିବା ମାନବିକ ଅଧିକାର ସଂଗଠନ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି।