କାର୍‌ରେ କୋଭିଡ-୧୯ ପାସ୍‌ ଲଗାଇ ମଦ ବେପାର

ଭୁବନେଶ୍ୱର,୨୨ା୪ (ବ୍ୟୁରୋ): ରାଜଧାନୀରେ କଡ଼ା କଟକଣା ସତ୍ତ୍ୱେ ଚାଲିଛି ବେଆଇନ ମଦ ବେପାର। ଦାମୀ କାର୍‌ରେ ଛୋଟ ମଦୁଆଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆଙ୍କୁ ଯୋଗାଯାଉଛି ମଦ। ଦାମୀ କାରରେ କୋଭିଡ-୧୯ ପାସ୍‌ ଲଗାଇ ଚାଲିଥିବା ଏହି କାରବାର ଧରାପଡିଛି। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଖଣ୍ଡଗିରି ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ପ୍ରଦିପ୍ତ କୁମାର ସ୍ବାଇଁ ଓରଫ ଗିଟୁ ଓ ସହଯୋଗୀ ସତ୍ୟବ୍ରତ ସ୍ବାଇଁଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ଏଥିରେ ବ୍ୟବହୃତ କ୍ରେଟା କାର (ଓଡି ୦୨ ଏୟୁ ୦୦୫୨) ସହ ୯୬ ବୋତଲ ବିଦେଶୀ ମଦ, ୩ ମୋବିଲ, ୪ ହଜାର ଟଙ୍କା ଜବତ ହୋଇଛି।
ସୂଚନା ମୁତାବକ, ଗିଟୁ ବେଆଇନ ଭାବେ ଚଢ଼ା ଦରରେ ମଦ ବିକ୍ରି କରିବା ସହ ବେଆଇନ ଭାବେ କୋଭିଡ୍‌-୧୯ କାର୍‌ ପାସ୍‌ ହାତେଇ ଏହି କାରବାର ଚଲାଇଥିବା କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ଥିଲା। ଏହାପରେ ଖଣ୍ଡଗିରି ପୋଲିସ ସହଯୋଗରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା କୁଏଟି। ପୋଲିସ ନିଜକୁ ଗରାଖ ବୋଲି ପରିଚୟ ଦେଇ ମଦ କିଣିବାକୁ ତାଙ୍କ ସହ ଡିଲ୍‌ କରିଥିଲା। ମଙ୍ଗଳବାର ମଧ୍ୟାହ୍ନରେ ବରମୁଣ୍ଡା ହାଉସିଂବୋର୍ଡ କଲୋନୀରେ ୨ ପେଟି ମଦ ଦେବାକୁ ଗିଟୁ ପହଞ୍ଚତ୍ବାକ୍ଷଣି ସାଦା ପୋଷାକରେ ଥିବା ଜଗି ରହିଥିବା ପୋଲିସ ସେମାନଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତ ଗିଟୁ ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ପୁଅ ଓ ତାଙ୍କର ସହରର ବହୁ ରାଜନେତା ତଥା ନାମୀଦାମୀ ଲୋକଙ୍କ ସହ ସୁସମ୍ପର୍କ ରହିଛି। ପୂର୍ବରୁ ୨୦୧୬ରେ କାଷ୍ଟିଙ୍ଗ କାଉଚ୍‌ ମାମଲାରେ ଓଲିଉଡ ତାରକା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁଙ୍କ ସହ ଅଭିଯୁକ୍ତ ଗିଟୁ ପୁରୀରୁ ଗିରଫ ହୋଇଥିଲେ।

Share