କାର୍‌ରେ ଲାଗିଲା ନିଆଁ

ସଜନାଗଡ଼, ୨୮।୧୨(ଡି.ଏନ.ଏ.)- ଯାଜପୁର ଟାଉନ ଅଞ୍ଚଳରୁ ରତିରଞ୍ଜନ ପଣ୍ଡା ପରିବାର ସହ ଶନିବାର ଏକ କାର୍‌(ନଂ. ଓଆର୦୨ଏଏମ୍‌-୬୦୦୦)ରେ ନୀଳଗିରି ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ଓ ନୀଳଗିରି ଜଗନ୍ନାଥ ମନ୍ଦିର ଦର୍ଶନ ସାରି ସେମାନେ ଅପରାହ୍ନ ଗୋଟାଏରେ ଘରକୁ ଫେରିବା ପାଇଁ କାର୍‌କୁ ଷ୍ଟାର୍ଟ କରୁଥିବା ବେଳେ ହଠାତ୍‌ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ କାର୍‌ରୁ ପରିବାର ଲୋକ ଓହ୍ଲାଇ ପଡ଼ିଥିଲେ। ଖବର ପାଇ ନୀଳଗିରି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା।