କାର୍‌ ଓଲଟିଲା, ୫ ଗୁରୁତର

ସୋର, ୨୬।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ୧୬ନଂ. ଜାତୀୟ ରାଜପଥ ଦହିସଡ଼ାଠାରେ ଶନିବାର ଅପରାହ୍ନ ସମୟରେ ଏକ କାର୍‌ (ନଂ. କେଏ୦୩ଏମ୍‌ଏକ୍ସ-୩୮୭୩) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଘଟଣାସ୍ଥଳରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ଆମ୍ବୁଲାନ୍ସ ଓ ସୋର ଦମକଳବାହିନୀ ଘଟଣାସ୍ଥଳକୁ ପହଞ୍ଚତ୍ ଗୁରୁତର ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା, ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ସୋର ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛି। ଗୁରୁତର ଆହତ ହୋଇଥିବା ପଶ୍ଚିମବଙ୍ଗର ଜ୍ୟୋତ୍ସ୍ନା ବାନାର୍ଜୀ (୬୨), ରୋମି ବାନାର୍ଜୀ (୪୦)ଙ୍କୁ ସୋର ଡାକ୍ତରଖାନାରେ ଚିକିତ୍ସା କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। କାର୍‌ ପୁରୀରୁ ପଶ୍ଚିମବଙ୍ଗକୁ ଫେରୁଥିବାବେଳ ସୋର ଦହିସଡ଼ାଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।