Categories: ବାଣିଜ୍ୟ

କାର୍‌ ଜିତିଲେ ରେଡ୍‌ ଚିଫ୍‌ ଗ୍ରାହକ

ମୁମ୍ବାଇ,୨୨ା୬: ଲେୟାନ ଗ୍ଲୋବାଲ ପ୍ରାଇଭେଟ ଲିମିଟେଡର ଲୋକପ୍ରିୟ ଲେଦର ବ୍ରାଣ୍ଡ ରେଡ୍‌ ଚିଫ୍‌ର ଭାଗ୍ୟଶାଳୀ ଗ୍ରାହକ ଲବନେସ ଗୌତମ ଗାଜିଆବାଦଠାରେ କାର୍‌ ଜିତିବାକୁ ସକ୍ଷମ ହୋଇଛନ୍ତି। ମେଗା ଲକି ଡ୍ରରେ କମ୍ପାନୀ ଭାଗ୍ୟଶାଳୀ ବିଜେତାଙ୍କୁ ଏକ ରେନୋ କ୍ୱିଡ କାର ପ୍ରଦାନ କରିଛି। ରେଡ୍‌ ଚିଫ୍‌ର ଫୁଟଓ୍ବେର ରେଞ୍ଜ ବର୍ତ୍ତମାନ ସାରା ଦେଶର ୫,୦୦୦ରୁ ଉର୍ଦ୍ଧ୍ୱ ମଲ୍ଟି ବ୍ରାଣ୍ଡ ଆଉଟଲେଟରେ ଉପଲବ୍ଧ ହେଉଛି। ଇ-କମର୍ସ ପ୍ଲାଟଫର୍ମ ବାଦ ଏହା ୧୬୦ କମ୍ପାନୀ ଓନ୍‌ଡ ଆଉଟ୍‌ଲେଟରେ ଏହାର ପ୍ରଡକ୍ଟ ଯୋଗାଣ କରୁଛି। ଗ୍ରାହକଙ୍କ ଆବଶ୍ୟକତା ଆଧାରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ମନୋଜ ଜ୍ଞାନଚନ୍ଦାନୀ କହିଛନ୍ତି। ବ୍ରାଣ୍ଡ ସହ ଗ୍ରାହକଙ୍କୁ ଯୋଡି ରଖିବା ଲାଗି ବିଭିନ୍ନ କଣ୍ଟେଷ୍ଟ ଏବଂ କ୍ୱିଜ ଆୟୋଜନ କରାଯାଉଛି। କ୍ୱିଜକୁ ସାରା ଦେଶର ଗ୍ରାହକଙ୍କଠାରୁ ଭଲ ରେସ୍‌ପନ୍ସ ମିଳିଥିବା ରିଟେଲ ବିଭାଗ ଉପସଭାପତି ରମଣ କୁମାର କହିଛନ୍ତି।

Share