କାର୍‌ ଦୁର୍ଘଟଣାରେ ଶବାନା ଆଜମୀ ଆହତ

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ ଅଖତର ଥିଲେ ମଧ୍ୟ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୁନେରୁ ମୁମ୍ବାଇ ଯାଇଥିବା ବେଳେ ତାଙ୍କ କାର୍‌ ଏକ ଟ୍ରକ୍‌ ସହ ଧକ୍କା ହେବଳରୁ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଏମ୍‌ ଜିଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଉଛି।

Share