କାର୍‌ ଧକ୍କାରେ ବୃଦ୍ଧ ମୃତ

ତିହିଡ଼ି,୧୩।୧୦(ଡି.ଏନ୍‌.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ଘୋଷରା ନିକଟରେ ରବିବାର ମଧ୍ୟାହ୍ନରେ କାର୍‌ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାମନବିନ୍ଧା ପଞ୍ଚାୟତ ଅଧୀନ କାନପୁର ଗ୍ରାମର ଗଙ୍ଗାଧର ବାରିକ(୬୫)। ଗଙ୍ଗାଧର ସାଇକେଲ ଯୋଗେ ଘରୁ ପୀରହାଟ ଯାଉଥିବା ବେଳେ ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଆସୁଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଗଙ୍ଗାଧରଙ୍କୁ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।