କାର୍‌ ସହ ଗଞ୍ଜେଇ ଜବତ, ୨ କୋର୍ଟ ଚାଲାଣ

ଶଙ୍କରାଖୋଲ,୧୮ା୩(ଡି.ଏନ୍‌.ଏ.): ଟିକାବାଲି ଥାନା ବାହାଡାସାହି ଛକଠାରେ ଟିକାବାଲି ପୋଲିସ ପକ୍ଷରୁ ଯାନବାହାନ ଯାଞ୍ଚ କରାଯାଉଥିଲା। ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର ଜବତ କରି ପୋଲିସ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ସେମାନେ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଆଲୋଙ୍ଗିର ଶେଖ ଓ ଅବ୍‌ଦୁର ହୁସେନ। ସେମାନଙ୍କ ଠାରୁ ୩୯କେଜି ୬ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇ ଟିକାବାଲି ଥାନାରେ ନଂ.୧୫/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି।

Share