Categories: କନ୍ଧମାଳ

କାର ଦୁର୍ଘଟଣାରେ ୬ ଗୁରୁତର

ଜି.ଉଦୟଗିରି,୫ା୮(ଡି.ଏନ.ଏ.): ଜି.ଉଦୟଗିରି ଥାନାଞ୍ଚଳ କଳିଙ୍ଗାରୁ ୨ କିମି ଦୂର ଗଦିଙ୍ଗିଆ ଛକଠାରେ ସୋମବାର ଅପରାହ୍ନ ୩ଟାରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିବାରୁ ଚାଳକ ସମେତ ୬ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୋନୁ ପଣ୍ଡା, ବିକ୍ରମ ପଣ୍ଡା, ମୁରଲୀଧର ବେହେରା, ତନ୍ମୟା ବେହେରା, ପ୍ରମୋଦ ବେହେରା ଓ ସାବିତ୍ରୀ ବେହେରା। ସମସ୍ତେ ପୁରୁଷୋତ୍ତମପୁରରୁ କାର ଯୋଗେ ଚକାପାଦ ବିରୁପାକ୍ଷ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଗଦିଙ୍ଗିଆ ଛକରେ କାର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୋନୁ, ବିକ୍ରମ, ମୁରଲୀଧର ଓ ତନ୍ମୟାଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଥିବା ଥାନାଧିକାରୀ ରଞ୍ଜିତ କୁମାର ମୁନି କହିଛନ୍ତି ।