କାର ସହ ଗଞ୍ଜେଇ ଜବତ, ଜଣେ ଗିରଫ

ଫିରିଙ୍ଗିଆ, ୧ା୧- ଫିରିଙ୍ଗିଆ ଥାନା ପୋଲିସ ସ୍ଥାନୀୟ ସିମିଳି ସାହିରେ ଚଢ଼ାଉ କରି ଏକ କାର ସହ ଗଞ୍ଜେଇ ଜବତ କରିଛି ା ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ଦେବୀଦତ୍ତ ବରାଳ ଓରଫ ନକୁଳ ା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା ା ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ସିମିଳି ସାହି ପାଖରେ ଗାଡି ଯାଞ୍ଚ କରାଯାଉଥିଲା। କାର (ନଂ.ଓଡି ୦୧ଜି ୧୦୦୧)କୁ ଯାଞ୍ଚ ବେଳେ ସେଥିରୁ ୪୧ କି.ଗ୍ରା ଗଞ୍ଜେଇ ମିଳିଥିଲା ା ଏ ନେଇ ଥାନାରେ ନଂ.୧୧୭/୧୯ରେ ମାମଲା ରୁଜୁ କରାଯାଇଛି ା

Share