କାଲାପାନି ଅଞ୍ଚଳ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଦିଆ ଯିବନି ଗୋଟେ ଇଞ୍ଚ ଜମି

କାଠମାଣ୍ଡୁ,୧୮।୧୧: ଭାରତ-ନେପାଳ-ତିବ୍ବତ ମଧ୍ୟରେ ଥିବା କାଲାପାନି ଟ୍ରାଇ ଜଙ୍କଶନ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଚେତାବନୀ ଦେଇଛନ୍ତି ଯେ, ଏଠାକାର ଗୋଟେ ଇଞ୍ଚ ଜମି ମଧ୍ୟ ଦିଆଯିବ ନାହିଁ। ଏହା ନେପାଳର ଅଂଶ ବିଶେଷ। ଭାରତ ଦ୍ୱାରା ପ୍ରସ୍ତୁତ ହୋଇଥିବା ନୂଆ ମାନଚିତ୍ରରେ କାଲାପାନିକୁ ଭାରତର ଅଂଶ ବିଶେଷ ଭାବେ ଚିହ୍ନିତ କରାଯିବାକୁ ନେଇ ନେପାଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମାନଚିତ୍ରରେ କୌଣସି ଅନିୟମିତତା ନ ଥିବା ଭାରତ ପୂର୍ବରୁ କହିଥିଲା। ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ ନେଇ ଭାରତ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ।

Share