କାଲିଠୁ କଟକରେ ଅନଲାଇନରେ ମିଳିବ ମଦ

କଟକ ଅଫିସ,୨୪।୫-କଟକରେ କାଲିଠୁ ଅନଲାଇନରେ ମିଳିବ ବିଦେଶୀ ମଦ। ହ୍ବାଟସଆପ, ମୋବାଇଲ କଲ ମାଧ୍ୟମରେ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏହି ଅର୍ଡର ଦେଇପାରିବେ। ସେହିପରି ମଦ କାଉଣ୍ଟରର କର୍ମଚାରୀ ଡେଲିଭରି କରିବେ ବୋଲି ସୂଚନା ମିଳିଛି। ଦିନ ୧ଟାରୁ ସା ୬ଟା ପର୍ଯ୍ୟନ୍ତ ଗ୍ରାହକଙ୍କୁ ମଦ ଡେଲିଭରୀ କରାଯିବ ବୋଲି ଜିଲା ମଦ ବ୍ୟବସାୟୀ ସଂଘ ସହ ବୈଠକ ପରେ ଏହି ନିଷ୍ପତି ନିଆଯାଇଥିବା କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି।